ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାରସଗୁଡା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ଶୁଭାରମ୍ଭ  

 ଟେମରୀ   – ଗୋଲାମୁଣ୍ଡା ବ୍ଲକର ଚିଚିଆ ଗ୍ରାମ ପଂଚାୟତର ସାରସଗୁଡା ଗ୍ରାମର ଝିଅ ଓ ଗ୍ରାମ ବଧୂ ଓ ଭୂଆସୁଣୀ, ମାଆମାନଙ୍କୁ ନେଇ କଳସ ଯାତ୍ରା କରି ପଣ୍ଡକୁଳ ଘାଟ ତେଲ ନଦୀକୂଳରେ ପାଣି ଉଠାଇ ଆଜି ଷୋହଳ ପ୍ରହରୀ ନାମ ଯଜ୍ଞର ଶୁଭାରମ୍ଭ କରାଯାଇଛି l ଏହି ଅଂଚଳରେ କୋଭିଟ କଟକଣା ସରିଲା ପରେ ଭଗବାନଙ୍କ ନାମ ଯଜ୍ଞ ହୋଇ ନ ଥିବାରୁ ଏହି ନାମ ଯଜ୍ଞରେ ଦର୍ଶକଙ୍କ ଭିଡ଼ ଜମିବାରେ ଲାଗୁଛି l ଏଥିରେ ହରେ କୃଷ୍ଣ….. ହରେ ରାମ…. ମହାମନ୍ତ୍ର ଦୂର ଦୁରାନ୍ତ ଗୁରୁ ଓ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ବିଭିନ୍ନ ସୁର ସଂଗୀତ ମାଧ୍ୟମରେ ଉଚ୍ଚାରଣ କରାଯାଉଛି l ଏଥିରେ କର୍ତ୍ତା ଭାବରେ ସୀମାନନ୍ଦ ଅଗ୍ରିଆ ଓ ତାଙ୍କ ବୃନ୍ଦାବତୀ ଅଗ୍ରିଆ ପୂଜା କାର୍ଯ୍ୟ ସମ୍ପାଦନ କରୁଥୁବାବେଳେ ପୂଜକ ଭାବରେ ପ୍ରମୋଦ ମୁଣ୍ଡ, ରାଜୁ ଠାକୁର,ଗୌରୀ ପଣ୍ଡା, ମୁନ୍ନା ମୁଣ୍ଡ ପୁରୋହିତ କାର୍ଯ୍ୟ କରୁଥିବାବେଳେ ସାରସଗୁଡା ଗ୍ରାମବାସୀ ସହଯୋଗ କରିଛନ୍ତି l ଏହା ଆସନ୍ତା ଏପ୍ରିଲ 05 ତାରିଖରେ ଦଧିହାଣ୍ଡି ଭଗ୍ନ କରି ନାମଯଜ୍ଞ ସମାପନ କରାଯିବ l ଜଗଜ୍ୱିବନ ସା ଙ୍କ ରିପୋର୍ଟ ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଭାଲୁକୁଣୀ ଅଡିସନ

Sunil Chandra Nayak

ପ୍ରେମିକା କୁ ଦୁଷ୍କର୍ମ କରି ପଥର ଛେଚି ହତ୍ୟା କରିଥିବା ପ୍ରେମିକ କୁ ଗିରଫ କଲା ପୋଲିସ

Sunil Chandra Nayak

ପ୍ରସନ୍ନ ମଣ୍ଡଳ ଙ୍କ କବିତା ଦୁଇଟି ମିଶିଲେ ଏକ

Sunil Chandra Nayak

Leave a Comment

error: Content is protected !!