ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବାଇଦାପୋଷୀ ଗ୍ରାମର ୨୬ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଧୂମଧାମରେ ଅନୁଷ୍ଠିତ

ରାଇରଙ୍ଗପୁର ବାଇଦାପୋଷୀ ଗ୍ରାମର ୨୬ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଧୂମଧାମରେ ଅନୁଷ୍ଠିତ

 ମୟୂରଭଞ୍ଜ -୩/୦୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ବାଇଦାପୋଷୀ ଗ୍ରାମରେ ୨୬ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ୨ ଫେବୃଆରୀ ଶୁକ୍ରବାର ଦିନ ବାଇଦାପୋଷୀ କ୍ରୀଡା ସଂସଦକମିଟି ସଭାପତି ପୂର୍ବତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ‌ । ପୂର୍ବାହ୍ନ ୧୧.୩୦ ଟା ପାଖାପାଖି ସମୟରେ କ୍ରୀଡା ସାଂସଦ କମିଟି ତରଫରୁ ପ୍ରଦୀପ ପ୍ରଜ୍ବଳନ କରାଯିବା ସହକ୍ରୀଡା ପତାକା ଉତ୍ତୋଳନ କରାଯାଇଥିଲା । ଅପରାହ୍ନ ୧ ଟାଏ ପରେ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏଥିରେ ଶିଶୁ ବାଳକ ଓ ବାଳିକାଙ୍କ ୧୦୦ ମି ଦୌଡ଼, ଟମାଟୋ ରେସ୍, ଶିଶୁ ମାନଙ୍କର ଜ୍ଞାନ ପରୀକ୍ଷା,ବାଳକ ମାନଙ୍କର ୧୦୦ ମି ଦୌଡ଼,,ଲମ୍ବ ଡିଆଁ, ବାଳିକା ମାନଙ୍କର,ସ୍ଲୋ ସାଇକେଲ ରେସ,ଲମ୍ବଡିଆଁ,, ଏବଂ ମହିଳା ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

 ପରେ ଅପରାହ୍ନରେ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏଥିରେ ବିଭିନ୍ନ ଆଦିବାସୀ ସମାଜର ବିଭିନ୍ନ ଗ୍ରାମରୁ ୧୫ ରୁ ଉର୍ଦ୍ଧ୍ବ ନୃତ୍ୟ ଦଳ ନିଜ ନିଜର ପାରଂପରିକ ନୃତ୍ୟ ବେଶ ପିନ୍ଧି ଡାଣ୍ଠା ନାଚ,ଡ୍ରାମା ନାଚ,ଆଦିସୁସୁନ୍,ଵୁଢିଗାଳୀ ନୃତ୍ୟ ପରିବେଷଣ କରି ହଜାର ହଜାର ଦର୍ଶକମାନଙ୍କ ମନମୋହି ଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସମ୍ମାନିତ ଅତିଥି ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଉପାଧ୍ଯକ୍ଷା ମମିତା ଚୌଧୁରୀ, କାଉନସିଲର ସୁକଦେବ ବେହେରା,ଓଷ୍ଟଆ ବାମନଘାଟୀ ସଭାପତି ଦୁର୍ଯୋଧନ ବେହେରା, ସଂପାଦକ ଜଗନ୍ନାଥ ( ବାପି) ବେହେରା ପ୍ରମୁଖ ଯୋଗଦେଇଥିଲେ । ଅତିଥି ଗଣ କହିଥିଲେ ବାମନଘାଟୀ ଉପଖଣ୍ଡର ସଂସ୍କୃତି ଓ ପରମ୍ପରା ଅନନ୍ୟ ।ଯେତେ ଦୁଃଖକଷ୍ଟ ରେ ଥିଲେ ମଧ୍ୟ ସେମାନେ ସେମାନଙ୍କ ସଂସ୍କୃତି କୁ ବଜାୟ ରଖିଛନ୍ତି ।ବାଇଦାପୋଷୀ କ୍ରୀଡା ସଂସଦ ନିରଵର୍ଛିନ୍ନ ଭାବରେ ଦୀର୍ଘ ୨୬ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଵଂଚାଇ ରଖିଥିବାରୁ କୃତଜ୍ଞତା ଜଣାଇଥିଲେ ।ପରେ ଅତିଥିଗଣ କ୍ରୀଡା ଓ ନୃତ୍ୟରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

Proud of Cuttack Sadar Rabindranath pati passed away.

Sunil Chandra Nayak

ଖଡିଆଳ ନିବାସୀ ଚିତ୍ରଲେଖା ଖମାରୀ ଙ୍କ ପରଲୋକ

masiha

ଦିତୀୟ ଦିନରେ ଯାମଦା ବ୍ଳକ ଫାଟକ ସମ୍ମୁଖରେ ବିଭିନ୍ନ ଦାବି ନେଇ ଜନ ପ୍ରତିନିଧିଙ୍କ ଧାରଣା; ପ୍ରଶାସନ ଶୁଣିଲାନି

Sunil Chandra Nayak

Leave a Comment

error: Content is protected !!