ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ବ୍ଲକ ଓ ନଗର ସ୍ତରୀୟ ଲୋକକଳା ଦିବସ ପାଳିତ

ରାୟଗଡ଼ା ତା:୧୯.୬.୨୦୨୩ // ସୋମବାର ଦିନ ରାୟଗଡ଼ା ବ୍ଲକ ଓ ପୌରାଞ୍ଚଳ ଲୋକକଳା ଦିବସ ମିଳିତ ଭାବରେ ସ୍ଥାନୀୟ ପୌର ପରିଷଦ ନବ ନିର୍ମିତ ଅଡିଟୋରୀୟମ ଠାରେ ପାଳିତ ହୋଇଯାଇଅଛି । ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହର ପ୍ରସାଦ ହେପୃକା, ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ, ଏବିଡ଼ିଓ କାଳୁ ଚରଣ ନାୟକ, ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ ବଚ୍ଚା, ରାୟଗଡ଼ା ବ୍ଲକ୍ କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ତାଣ୍ଡି, ରାୟଗଡ଼ା ନଗର କଳା ସଂସ୍କୃତି ସଂଘ ଉପସଭାପତି ଜି ଶ୍ରୀକାନ୍ତ ସମେତ ରାୟଗଡ଼ା ପୌର ପରିଷଦର ବିଭିନ୍ନ ୱାର୍ଡର କାଉନସିଲର ବୃନ୍ଦ, ରାୟଗଡ଼ା ବ୍ଲକର ସମିତି ସଭ୍ୟ, ସଭ୍ୟ ଓ ସରପଞ୍ଚ ବୃନ୍ଦ ଅତିଥି ରୂପେ ଯୋଗ ଦେଇଥିଲେ । 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ପ୍ରାରମ୍ଭ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ, ନିଜ ବକ୍ତବ୍ୟରେ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ସହ ବିକାଶ କରିବା ଓ କଳାକାରଙ୍କୁ ଚିହ୍ନଟ କରିବା ନିମନ୍ତେ ଏହା ଏକ ଉତ୍କୃଷ୍ଟ ମଞ୍ଚ ବୋଲି କହିଥିଲେ । ଅତିଥି ବୃନ୍ଦ କଳାକାରଙ୍କୁ ଅଧିକ ମାତ୍ରାରେ ଚିହ୍ନଟ କରି ପଞ୍ଜିକରଣ କରିବା ଓ ସଂସ୍କୃତି ତଥା ପରମ୍ପରାର ସୁରକ୍ଷା ନିମନ୍ତେ ସରକାରଙ୍କ ଏହି ଅଭିନବ ପଦକ୍ଷେପକୁ ପ୍ରଶଂସା କରିଥିଲେ । ରାୟଗଡ଼ା ସହର ସମେତ ରାୟଗଡ଼ା ବ୍ଲକ ର କାର୍ଲାକଣା, ଗେଟିପଡ଼ା, ଚାନ୍ଦିଲି, କତାପେଟା, ବୀରନାରାୟଣପୁର, ନାକିଟି, ହାଲୁଆ, କୁମ୍ଭିକୋଟା ଆଦି ଗ୍ରାମରୁ ଏକ ଶହରୁ ଅଧିକ କଳାକାର ଅଂଶ ଗ୍ରହଣ କରି ନିଜ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରା ର ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ମାଧ୍ୟମରେ ସମ୍ମାନିତ କରାଯାଇଥିଲା । ତନଭି ଅଗ୍ରୱାଲ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ଏହାକୁ ସଞ୍ଚାଳନ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ଛେଣ୍ଡରେ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ଦାବି

Sunil Chandra Nayak

ଆପତ୍ତି, ଅଭିଯୋଗ ଶୁଣି ସମାଧାନ ପନ୍ଥା ବାହାର କରିବା ଜନନୀ ସମ୍ପର୍କ ଅଭିଯାନର ମୂଳ ଲକ୍ଷ୍ୟ – ପ୍ରଶାନ୍ତ ସେଠୀ

masiha

ଏପ୍ରିଲ ୨୩ ରୁ ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ

masiha

Leave a Comment

error: Content is protected !!