ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା ରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଜୟପାଟଣା ରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଭବାନୀପାଟଣା – – ଓଡିଶା ସରକାର ଙ୍କ ଦ୍ଵାରା ପ୍ରୟୋଜିତ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ୨୦୨୪ ମହାସମାରୋହର ସହ ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୂକ୍ତ ଧର୍ମରାଜ ମାଝୀ ସ୍ୱାଗତ ଅଭିଭାଷଣ ସହ ଭାଷା ସମ୍ମିଳନୀର ଉଦ୍ଧେଶ୍ୟ ଏବଂ ସାହିତ୍ୟ ର ସୁଦୂରପ୍ରସାରୀ ଆଭିମୁଖ୍ୟ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଶ୍ରୀନିବାସ ବେହେରା ଯୋଗ ଦେଇ ଅବକ୍ଷୟ ମୁଖୀ ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତାଭାବେ ନାଟ୍ୟକାର ତଥା ଘୁମୁରା ଗୁରୁ ତୀର୍ଥରାଜ ଦଳପତି ଯୋଗ ଦେଇ ପଦ୍ମଶ୍ରୀ ହଳଧର ନାଗ ଙ୍କ ଉଦାହରଣ ଦେଇ କୋଶଳୀ ଭାଷା ଉପରେ ବକ୍ତବ୍ୟ ରଖିଥିଲେ , ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଶିକ୍ଷାବିତ୍ ତଥା କବୟିତ୍ରୀ ମୀନା କୁମାରୀ ମୁଣ୍ଡ ବହୁ ମହାପୁଋଷ ଙ୍କ ଉକ୍ତି /ପଂକ୍ତି ଗାନକରି ଅତି ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ସାମ୍ବାଦିକ ତଥା ବ୍ୟଙ୍ଗକବି ଅର୍ଜୁନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ମଣିଷ ଜୀବନରେ ଭାଷାର ଆବଶ୍ୟକତା ଓ ବ୍ୟବହାର ଉପରେ ବକ୍ତବ୍ଯ ରଖିଥିଲେ । ଅଧ୍ୟାପକ ତଥା ବିଶିଷ୍ଟ ଉଦଘୋଷକ ଶ୍ରୀ ମାନସ ରଞ୍ଜନ ପଣ୍ଡା ଅତ୍ୟନ୍ତ ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ। ଏ ଅବସରରେ ଉପସ୍ଥିତ କବି /କବୟିତ୍ରୀ ମାନଙ୍କ ଦ୍ଵାରା କବିତା ପାଠ କରାଯାଇଥିଲା।କବି ହେମନ୍ତ କୁମାର ମୁଣ୍ଡ, ପ୍ରଶାନ୍ତ କୁମାର ପଣ୍ଡା, ପ୍ରାଣ ରଞ୍ଜନ ବେହେରା, ମମତା ପଣ୍ଡା, ଯଶୋଦା ପଟ୍ଟନାୟକ, ଲଲିତ ନାଏକ, ସ୍ବର୍ଣ୍ଣପ୍ରଭା ରଥ, ଶୁଦ୍ଧୋଦନ ମୁଣ୍ଡ, ପ୍ରମୋଦ ଠାକୁର, ସିଦ୍ଧାର୍ଥ ମିଶ୍ର, ସରୋଜ ସାହୁ, ଜଗମୋହନ ପଟ୍ଟନାୟକ, ଶଙ୍କର ଦୟାଲ ସିଂ, ବିକାଶ ରଞ୍ଜନ ସାହୁ ଙ୍କ ସମେତ ସମାଜ ସେବୀ ରୁଦ୍ର ପ୍ରସାଦ ପାଣିଗ୍ରାହୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳା କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ନୂଆଁଖାଇ ଭେଟଘାଟ

Sunil Chandra Nayak

ମା ଲଙ୍କେଶ୍ୱରୀଙ୍କ ଦର୍ଶନ କଲେ ପୂର୍ବତନ ବିରୋଧୀଦଲ ନେତା ପ୍ରଦୀପ ନାଏକ

Sunil Chandra Nayak

ଯୁବ ପତ୍ରକାର ସଂଘ ପକ୍ଷରୁ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!