ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡା – ବଢ଼ି ଚାଲିଛି ଲୁଟ ତରାଜ୍ !

ରାୟଗଡ଼ା– ରାୟଗଡ଼ା ସହରରେ ଦିନକୁ ଦିନ ବଢିଚାଲିଛି ଲୁଟ ଓ ଚୋରି। ତା ୦୨/୦୪ ତାରିଖ ରେ ସହରର ସାଇପ୍ରିୟା ନଗରରେ ବଡ଼ଧରଣର ଲୁଟ । ଘରେ ଥିବା ସମସ୍ତଙ୍କୁ ହାତ ଗୋଡ ବାନ୍ଧି ଘରୁ ଲୁଟିନେଲେ ୨୫ ଭରି ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ । ଝରକା ଭାଙ୍ଗି ଏମ ଭେଙ୍କେଟ ରାବନାଙ୍କ ଘରେ ପଶିଥିଲେ ୧୦ ଜଣ ଡକାୟତ । ମାରଣାସ୍ତ୍ର ଦେଖାଇ ୭ଜଣ ଘର ଭିତରେ ଡକାୟତି କରିଥିବା ବେଳେ ଘର ବାହାରେ ୨ଜଣ ଜଗିଥିଲେ । ରାୟଗଡ଼ା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ଘରେ ରହିବାକୁ ବି ସୁରକ୍ଷିତ ମନେକରୁନାହାନ୍ତି । ଏନେଇ ସ୍ଥାନିୟ ପ୍ରଶାସନ କୌଣସି ଠୋସ୍ ପଦକ୍ଷେପ ନେବାକୁ ଦାବି ଉଠିଛି । କାରଣ ଝରକାର ଭାଙ୍ଗି ଘରେ ପଶି ହାତଗୋଡ ବାନ୍ଧି ଲୁଟ କରିବା ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି।

ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଭାରତୀୟ ବେରୋଜଗାର ମୋର୍ଚ୍ଚାର ଥାଳି ପିଟ ଆନ୍ଦୋଳନ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ସଂଗ୍ରାମ ରଖ ଜାରି ।।

Sunil Chandra Nayak

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ -୨୦୨୨ ପାଳନ  

Sunil Chandra Nayak

Leave a Comment

error: Content is protected !!