ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ କୁ ରାସ୍ତା ନାହିଁ , ଖଟିଆରେ ବୋହିଲେ ୩ କିମି, ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

ଗାଁ କୁ ରାସ୍ତା ନାହିଁ , ଖଟିଆରେ ବୋହିଲେ ୩ କିମି, ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

କୋକସରା,୪/୨ // କଳାହାଣ୍ଡି ଜିଲ୍ଲାରୁ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। କୋକସରା ବ୍ଲକ ଆମପାଣି ପଞ୍ଚାୟତର ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଗିରଳିମାଲ ଗାଁକୁ ଭଲ ରାସ୍ତା ଟିଏ ନଥିବାରୁ ଗାଁକୁ ଯାଇ ପାରି ନଥିଲା ଆମ୍ବୁଲାନ୍ସ । ସନ୍ଧ୍ୟାରେ ଗାଁ ର ଲିଙ୍ଗୁରୁ ଖିଲୋଙ୍କ ଗର୍ଭବତୀ ପତ୍ନୀ ଦୀପାଲି ଖିଲୋ (୨୪) ଙ୍କ ପ୍ରସବ ବେଦନା ଆରମ୍ଭ ହେବାପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଗର୍ଭବତୀ ମହିଳାଙ୍କୁ ଆଣିବା ପାଇଁ ଯାଇଥିବା ଆମ୍ବୁଲାନ୍ସ ଗାଁ ୩ କିମି ପୂର୍ବରୁ ଆଉ ଯାଇ ପାରିଲା ନାହିଁ । ଅନ୍ୟପଟେ ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ କର୍ମଚାରୀ ମାନେ କୌଣସି ଉପାୟ ନପାଇ ମାନବିକତା ଦେଖାଇ ଦିର୍ଘ ୩ କିଲୋମିଟର ଷ୍ଟେଚରରେ ବୋହି ଆଣିଲେ। ପରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତି କରିଥିଲେ | ତେବେ ଗର୍ଭବତୀ ମହିଳାଙ୍କ ରକ୍ତ ହୀନତା ଥିବା କାରଣରୁ ତାଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତର କରିଥିଲେ ।୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଦେବେନ୍ଦ୍ର ନାଏକ,କର୍ମଚାରୀ ବୈବସୁତ ଛାତ୍ରୀଆ, ବେଲାଳସେନ ନାଏକଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ମସିହା ନିୟୂଜ ସର୍ଭିସ୍ 

Related posts

ମାଙ୍କ ଚିତାରେ ମୁଖାଗ୍ନି ଦେଲେ ଝିଅ 

Sunil Chandra Nayak

ସମ୍ରାଟ କଲେଜର ମନୋମୁଖୀ; ଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ 

Sunil Chandra Nayak

ସାଂସଦ କ୍ରୀଡା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!