ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଡହାଣ୍ଡି ଉନ୍ନୟନ ସମିତିର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

ଗୁଡହାଣ୍ଡି ଉନ୍ନୟନ ସମିତିର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

କୋକସରା,୪/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ ସମିତିର ଏକ ସାଙ୍ଗଠାନିକ ବୈଠକ ଶନିବାର ଦିନ ପର୍ଯ୍ୟଟନ ସ୍ଥଳୀର ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ପର୍ଯ୍ୟଟନ ସ୍ଥଳୀରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଜାରି ରହିଥିବା ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସହ ପର୍ଯ୍ୟଟନ ସ୍ଥଳୀର ସ୍ୱଚ୍ଛତା ଉପରେ ଆଲୋଚନା କରିଥିଲେ। ଆଗକୁ କେମିତି ପର୍ଯ୍ୟଟନ ସ୍ଥଳୀ ସହ ଶ୍ରୀରାମ ମନ୍ଦିରର ଉନ୍ନତି ଦିଗରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ଆଗାମୀ ଦିନରେ ମହା ଶିବରାତ୍ରି ଓ ଶ୍ରୀରାମ ନବମୀ ମହୋତ୍ସବ ପାଳନ ଉପରେ ଆଲୋଚନା କରାଯାଇଛି। ଏହି ବୈଠକରେ ଉପ ସଭାପତି ବିରଞ୍ଚି ପଣ୍ଡା, ଜିତେନ୍ଦ୍ର କୁମାର ପ୍ରଧାନୀ, ସାଧାରଣ ସମ୍ପାଦକ ସୁଧୀର ପାତ୍ର, ନିଲାମ୍ବର ନାଏକ, ଅଜିତ ପଟ୍ଟନାୟକ ,ଐରି ନାସନ ଚିନ୍ଦା, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ସହ ସମ୍ପାଦକ ନିଳାମ୍ବର ନାଏକ, ଉପଦେଷ୍ଟା ଯତୀନ ମାଝୀ, ଚକାଡୋଳା ପାତ୍ର, ଗୋବିନ୍ଦ ପାଟ୍ଟଯୋଷୀ, ଜୟଲାଲ ନାଏକ, ଚିତ୍ରସେନ ପାତ୍ର, ଭୁବନେଶ୍ୱର ମାଝୀ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉପ ସଭାପତି ଘନଶ୍ୟାମ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୂଜ ସର୍ଭିସ୍

Related posts

କୋଏଲ ବିଦ୍ୟାପୀଠ ରେ ଓଡ଼ିଆ ଭାଷା ବିକାଶ ମଞ୍ଚର  କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ 

masiha

ବିଷମକଟକ ବ୍ଲକ ପ୍ରଶାସନ ବିରୁଦ୍ଧରେ ଜନସ୍ୱାର୍ଥ ମାମଲା ଖାରଜ କଲେ ଉଚ୍ଚ ନ୍ୟାୟାଳୟ

Sunil Chandra Nayak

ମଧୁବାବୁ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ ୧୭୦ ନୂତନ ହିତାଧିକାରୀ ପାଇଲେ ୩ ମାସ ର ଭତ୍ତା

Sunil Chandra Nayak

Leave a Comment

error: Content is protected !!