ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ର ମିଶ୍ରଣ ପର୍ବ                   

ବିଜେପି ର ମିଶ୍ରଣ ପର୍ବ                                     

ନବରଙ୍ଗପୁର–(୪|୧) ଯଶସ୍ବୀ ନରେନ୍ଦ୍ର ମୋଦି ଜୀ ଙ୍କ ଜନ କଲ୍ୟାଣୀ କାରୀ ଯୋଜନା ଓ ସୁଶାସନ ରେ ଅନୁପ୍ରାଣିତ ହୋଇ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ କୋଷାଗୁମୁଡା ବ୍ଳକ ଅନ୍ତର୍ଗତ ବିଞ୍ଜିଲି ପଞ୍ଚାୟତ ର ଟିକିରା ଚୁରାଗାଁ ଗ୍ରାମ ର କଂଗ୍ରେସ ପାର୍ଟିର ୨ଥର ସରପଞ୍ଚ ପ୍ରାର୍ଥୀ ଶ୍ରୀ ନାଥ ରନ୍ଧାରୀ ଙ୍କ ସହ ମହାଦେବ ରନ୍ଧାରୀ,ପଦ୍ମନ ପୁଜାରୀ,ବୁଦୁ ରନ୍ଧାରୀ,ସୁକ୍ରୁ ରନ୍ଧାରୀ,କ୍ଷେମରାଜ ରନ୍ଧାରୀ,ସମୁନ୍ଦୁ ରନ୍ଧାରୀ,ପଲାଦ ଭତ୍ରା, କମଳଲୋଚନ ଭତ୍ରା, ରଘୁନାଥ ଭତ୍ରାଙ୍କ ସମେତ ଅନେକ କର୍ମୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ଗୌରୀ ଶଙ୍କର ମାଝୀଙ୍କ ଉପସ୍ଥିତି ରେ ବିଜେପିରେ ଯୋଗ ଦେଲେ । ନୂତନ କାର୍ଯ୍ୟକର୍ତ୍ତା ଙ୍କୁ ଦଳରେ ସ୍ବାଗତ ଅଭିନନ୍ଦନ ଜଣାଇବା ସହିତ ଏହି ମିଶ୍ରଣ ପର୍ବ ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟି କୁ ସୁଦୃଢ ଶକ୍ତିଶାଳୀ ହେବ ବୋଲି ମତ ପ୍ରକାଶ କଲେ ଶ୍ରୀ ଗୌରୀ ଶଙ୍କର ମାଝୀ lଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଭାଜପା ସମ୍ପାଦକ ଶ୍ରୀ ସିମାଞ୍ଚଳ ବିଶୋଇ,କୋଷାଗୁମୁଡା ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ କରଣ ଭତ୍ରା, ଭୀମସେନ ମାଝୀ, ଦୟାସିନ୍ଧୁ ଭତ୍ରା, ମାନକୁ ରାମ ମାଝୀ, ଧନେଶ୍ଵର ଭତ୍ରା,ଫୁଲଦାସ ସୁନା, ବଡ଼ ମସିଗାଁ ମଣ୍ଡଳରୁ ରମେଶ ଭତ୍ରା, ନାରାୟଣ ଭାଇ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଜେଡିର ବୁଥ୍ ସ୍ତରୀୟ ଯୁବ-ଛାତ୍ର ସମ୍ମିଳନୀ 

Sunil Chandra Nayak

ଭାରତୀୟ ଜନତା ପାର୍ଟି ତରଫରୁ ଘେରାଉ ଓ ଆନ୍ଦୋଳନ କାର୍ଯ୍ୟକ୍ରମ

masiha

ବିଜେପି ଏଥର ଓଡ଼ିଶାରେ ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ: ଶାହା

masiha

Leave a Comment

error: Content is protected !!