ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଉତ୍କେଲା,୦୩/୦୪,ନିପ୍ର, କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ କେସିଙ୍ଗା ବନାଞ୍ଚଳର କଶ୍ରୁପଡ଼ା ସେକ୍ସନ ଅନ୍ତର୍ଗତ ୮ ଗୋଟି ବନ ସୁରକ୍ଷା ସମିତି ଯଥା କୁମରପୁର,ପଦମପୁର,ଖାସବହାଲ, ତୁଲଂପଦର, ଟାପ୍ରାଙ୍ଗ, ମହଗାଁ, ସୁଡ଼ିଂପଦର୍, ରାଇଧୁନିପଦର୍ ଠାରେ ପୃଥକ୍ ପୃଥକ୍ ଭାବରେ କଳାହାଣ୍ଡି ଜିଲ୍ଲାର ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ର କଳାକାରଙ୍କ ଦ୍ୱାରା ସଚେତନତା ମୂଳକ କାର୍ଯ୍ୟକ୍ରମ ଯଥା – ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଓ ବନ୍ୟପ୍ରାଣୀ ସୁରକ୍ଷା ତଥା ମୃତ୍ତିକା ସଂରକ୍ଷଣ ଇତ୍ୟାଦି ସମ୍ବନ୍ଧରେ । ଉକ୍ତ କାର୍ଯ୍ୟକ୍ରମଟି ପ୍ରତ୍ୟେକ୍ଷ ଭାବରେ କେସିଙ୍ଗା ବନଞ୍ଚଳ ଅଧିକାରୀଙ୍କ ଦ୍ବାରା ସମ୍ପାଦିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ସେକ୍ସନ ବନପାଳ ଶ୍ରୀ ଯଶୋବନ୍ତ ନାଏକ ଓ ଶ୍ରୀ ସର୍ବେଶ୍ବର ଗହିର ଏବଂ ବନରକ୍ଷୀ ଶ୍ରୀ ତନୁ ଶବର,ରୁକ୍ମଣୀ ମାଝୀ,କୈଳାଶ ଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ ବନ କର୍ମଚାରୀ ଏବଂ ପି-ଏନ୍ଜିଓ କର୍ମକର୍ତ୍ତା ଶ୍ରୀ ହେମନ୍ତ ସାହୁ ଓ ଶ୍ରୀ ଧିରୋଜ ଦାଶ ଏବଂ ଇନ୍ଦ୍ରମଣି ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସାମୂହିକ ତିଳ ତର୍ପଣ

Sunil Chandra Nayak

ଚାରି ଝିଅ ଙ୍କ ସହ ଭଙ୍ଗାଘରେ ଜୀବନ ବିତାଉଛି ଗୋମତୀ

Sunil Chandra Nayak

ଗୁରିଆ ନଦୀରେ ମାଛ ଧରୁ ଧରୁ ସ୍ରୋତରେ ଭାସି ବୃଦ୍ଧ ମୃତ

Leave a Comment

error: Content is protected !!