ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ଓଡ଼ିଆ ବିଶ୍ଵ ସମ୍ମିଳନୀ ୨୦୨୪ , ମଥୁରା ରାଧାକୃଷ୍ଣ ହାଇସ୍କୁଲରେ ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ 

ପ୍ରଥମ ଓଡ଼ିଆ ବିଶ୍ଵ ସମ୍ମିଳନୀ ୨୦୨୪ ,

ମଥୁରା ରାଧାକୃଷ୍ଣ ହାଇସ୍କୁଲରେ ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ 

ଜୁନାଗଡ଼୫/୨(ନି.ପ୍ର),, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମଥୁରା ରାଧାକୃଷ୍ଣ ହାଇସ୍କୁଲରେ ପ୍ରଥମ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ ୨୦୨୪ କୁ ନେଇ ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟତ୍ରି ପଙ୍କଜିନି ପୁରୋହିତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଇଓ ତପନ ମାଝୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବିଇଓ ସୁଶାନ୍ତ ଠାକୁର, କୁଳମଣୀ ମାଝୀ,ଶିକ୍ଷକ ସୁଧୀର ମେହେର,ଶକ୍ତି ମେହେର,ସରୋଜ ପଣ୍ଡା, ସନ୍ତୋଷ ସିଂ ଦେଓ, ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପୁରସ୍କୃତ ହୋଇଥିବା ଜୁନାଗଡ଼ ହାଇସ୍କୁଲ ର ଆଲୁମିନି ସଭାପତି ସନ୍ତୋଷ ସିଂହ ଦେଓ, ହିଞ୍ଜିଳି ବାହେଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସରୋଜ ପଣ୍ଡା, ଚି଼ଚେଇଗୁଡ଼ା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ଶକ୍ତି ପ୍ରସାଦ ମେହେର,ସଂସ୍କୁତ ଶିକ୍ଷକ ଅନନ୍ତ ଆଟି,ଧନେର ପ୍ରାଥମିକ ବିଦ୍ୟାଳୟ ର ସହ ଶିକ୍ଷୟତ୍ରୀ ଅନିତା କୁମାରୀ ସାହୁ ପ୍ରମୁଖଙ୍କ ସମ୍ମର୍ଧିଟ କରାଯାଇ ଥିଲା। ମଞ୍ଚ ପରିଚାଳନା କରିଥିଲେ ସୂର୍ଯ୍ୟ ନାରାୟଣ ଠାକୁର। ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ଶିକ୍ଷାପ୍ରେମୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡିର ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

masiha

ରାଇରଙ୍ଗପୁର ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଏବଂ ବିଶାଳ ସ୍ଵାସ୍ଥ୍ୟ ଶିବିର 

Sunil Chandra Nayak

କଳାହାଣ୍ଡି ଲେଖିକା ସଂଘ ର ଶ୍ରାବଣୀ କାବ୍ୟୋତ୍ସବ

Sunil Chandra Nayak

Leave a Comment

error: Content is protected !!