ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକଙ୍କ ବଦଳି ନେଇ ଛାତ୍ରୀ ଛାତ୍ର ଙ୍କ ଆନ୍ଦୋଳନ

ଶିକ୍ଷକଙ୍କ ବଦଳି ନେଇ ଛାତ୍ରୀ ଛାତ୍ର ଙ୍କ ଆନ୍ଦୋଳନ 

ଡାବୁଗାଁ, ୬/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶିକ୍ଷକଙ୍କ ବଦଳି କୁ ବାତିଲ କରିବା ପାଇଁ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ମଙ୍ଗଳବାର ବିଦ୍ୟାଳୟ ଫାଟକ ତାଲା ପକାଇ ଧାରଣା ଦେଇଥିଲେ | ବିଦ୍ୟାଳୟ ରେ ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୪୮ ଜଣ ଛାତ୍ରୀ ଛାତ୍ର ପାଠ ପଢୁଛନ୍ତି |ପ୍ରାଥମିକ ବିଭାଗରେ ଶିକ୍ଷାଦାନ ନିମନ୍ତେ ୭ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି | ସେଥି ମଧ୍ୟରୁ ୨ ଜଣ ଶିକ୍ଷକ ରାଇସିଂ ପୂଜାରୀ ଓ ଅନିଲ କୁମାର ଭୂୟାଁ ଙ୍କୁ ସୋମବାର ଚିକିଲି ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ବଦଳି କରାଯାଇଛି | ଚିକିଲି ବିଦ୍ୟାଳୟ ରୁ ବୋରୀଗାଁ ବିଦ୍ୟାଳୟ କୁ ୨ ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି | ଛାତ୍ରୀ ଛାତ୍ର ମାନେ ସେହି ବିଦ୍ୟାଳୟ ର ୨ ଜଣ ଶିକ୍ଷକଙ୍କ ବଦଳି ବାତିଲ କରିବା ପାଇଁ ଦାବିରେ ବିଦ୍ୟାଳୟ ଆଗରେ ଧାରଣା ଦେଇଥିଲେ | ଅପରାହ୍ନ ୪ ଘ ସମୟ ହୋଇଥିଲେ ସୁଦ୍ଧା ଶିକ୍ଷା ବିଭାଗ ର କୌଣସି ଅଧିକାରୀ ବିଦ୍ୟାଳୟ ରେ ପହଞ୍ଚି ନାହାନ୍ତି | ସୂଚନା ଯୋଗ୍ୟ :- ଚିକିଲି ଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷୟତ୍ରୀ ମାନଙ୍କ ବଦଳି ଏବଂ ମଧ୍ୟାନ୍ନ ଭୋଜନରେ ଅନିୟମିତତା ର ବିରୋଧ କରି ଜାନୁଆରୀ ୨୯ ତାରିଖ ସୋମବାର ଦିନ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ । ଯାହା ଫଳରେ ଶିକ୍ଷା ବିଭାଗ ଚିକିଲି ବିଦ୍ୟାଳୟରୁ ୨ ଜଣ ଶିକ୍ଷକ ଙ୍କୁ ବୋରିଗାଁ ବିଦ୍ୟାଳୟକୁ ବଦଳି କରି ସେଠାରୁ ୨ ଜଣ ଶିକ୍ଷକ ଙ୍କୁ ଚିକିଲି ବିଦ୍ୟାଳୟରେ ଅବସ୍ଥାପିତ କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

masiha

ପlଣି ପଞ୍ଚାୟତ ଜନସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ 

masiha

ଗାଳ୍ପିକ ସୁରେନ୍ଦ୍ର ନାଥ ଜେନା ଙ୍କର ପ୍ରଥମ ଗଳ୍ପ ସଙ୍କଳନ ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!