ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳୁକ ଆଇନ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅଭିଯାନ 

ତାଳୁକ ଆଇନ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅଭିଯାନ 

କୋକସରା,୭/୨ // ତାଳୁକ ଆଇନ ସେବା ପ୍ରାଧିକରଣ କଳାହାଣ୍ଡି ଜିଲ୍ଲା କୋକସରା ପକ୍ଷରୁ ମଙ୍ଗଳବାର ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରିବାକୁ ଏକ ସଚେତନତା କାର୍ଯ୍ୟକ୍ରମ କୋକସରା ଜେଏମଏଫସି କୋର୍ଟର ମାଜିଷ୍ଟ୍ରେଟ ତଥା ତାଳୁକ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ଶ୍ରୀମତୀ ରିତିକା ଜେନାଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟର ଏନସିସି ଓ ଛାତ୍ରଛାତ୍ରୀ, କୋକସରା କୋର୍ଟର କାର୍ଯ୍ୟରତ ଆଇନଜୀବୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ହୋଇ କୋକସରା ସହର ପରିକ୍ରମା କରି ଲୋକଙ୍କୁ ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରି ଗାଡି ମୋଟର ଚଳାଇବା ପାଇଁ ସଚେତନତା କରିଛନ୍ତି।କାର୍ଯ୍ୟକ୍ରମରେ ଏନସିସି, ଏଏନଓ ଜବାହର ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି, ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀକାନ୍ତ ଖମାରି, ଲଖିଧର ମେହେର, ସରକାରୀ ଓକିଲ ଅଜିତ ପଟ୍ଟନାୟକ, ମନୋଜ ନାଏକ, ପ୍ରେମଲାଲ ସିଂ, ଜଗା ପଟ୍ଟନାୟକ, ସୁଜିତ ପଟ୍ଟନାୟକ ଓ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ସନ୍ଧ୍ୟା ୭ ଟା ସୁଦ୍ଧା ରାବଣ ପୋଡ଼ି ,ଡି ଜେ ବନ୍ଦ ପାଇଁ ନିଷ୍ପତି 

Sunil Chandra Nayak

ରାୟଗଡା ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସମ୍ଵର୍ଦ୍ଧିତ 

masiha

ବ୍ଲକ ସ୍ତରିୟ ପରବ ଢେମସା ନାଚରେ ମଞ୍ଚ ଦୁଲୁକିଲା 

masiha

Leave a Comment

error: Content is protected !!