ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ବ୍ଲକ ଯୁବ ବିଜେଡି ସଭାପତି ଙ୍କ ବିୟୋଗରେ କ୍ୟାଣ୍ଡଲ ଶୋଭାଯାତ୍ରା

ପୂର୍ବତନ ବ୍ଲକ ଯୁବ ବିଜେଡି ସଭାପତି ଙ୍କ ବିୟୋଗରେ କ୍ୟାଣ୍ଡଲ ଶୋଭାଯାତ୍ରା

ପାପଡାହାଣ୍ଡି,8/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ଠାରେ ଗୁରୁବାର ସନ୍ଧ୍ୟାରେ ପୂର୍ବତନ ବ୍ଲକ ଯୁବ ବିଜେଡି ସଭାପତିଙ୍କ ବିୟୋଗରେ କ୍ୟାଣ୍ଡଲ ଶୋଭାଯାତ୍ରା କରାଯାଇଥିଲା | ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଅଧକ୍ଷା ପ୍ରତିନିଧି ପରେଶ ଜେନା ସହ ବ୍ଲକର ବହୁ ଯୁବକ ଏହି କ୍ୟାଣ୍ଡଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ | ପଂଚାୟତ କାର୍ଯ୍ୟାଳୟରୁ ବାହାରି ଗ୍ରାମ ପରିକ୍ରମା କରି ବନ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ | ଜଣ୍ଡିସରେ ଆକ୍ରାନ୍ତ ହୋଇ ଗତ ମଙ୍ଗଳବାର ଦିନ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ ହୋଇଥିଲା | ସେ ଜଣେ ପରୋପକାରୀ ସହ ସମାଜସେବି ଭାବରେ ଜଣାସୁଣା ଥିଲେ | ରୋଗୀଙ୍କ ପାଇଁ ଚିକିତ୍ସା ହେଉ କି ରକ୍ତ ସଂଗ୍ରହ କିମ୍ବା ମୁସଲମାନ ଯୁବକ ହୋଇ ଗଣେଶ ପୂଜା, ଗ୍ରାମ ଯାତ୍ରାରେ ସଭାପତି ହୋଇ କାର୍ଯ୍ୟ ତୁଲାଇବା ତାଙ୍କର ପ୍ରତିଭା ରହିଥିଲା | ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି ଶୋଭାଯାତ୍ରାରେ ପୁଣି ସମସ୍ତେ ଇକବାଲଙ୍କ ସ୍ମୃତି ଚାରଣ କରିଥିଲେ | ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆମପାଣି ଯୋନର ୮ଟି ପଞ୍ଚାୟତ ୱାର୍ଡ଼ ମେମ୍ବରଙ୍କ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

Sunil Chandra Nayak

ଭାରତୀୟ ସଂସ୍କୃତି ଓ ଗୁରୁ ପରମ୍ପରା ଆଲୋଚନାଚକ୍ର 

Sunil Chandra Nayak

“ଶିଶୁ ଙ୍କ ପାଇଁ ଦିନଟିଏ “ପାଳନ ଅବସରରେ “ବାଲ୍ୟ ବିବାହ ଓ ବେଟି ବଚାଓ ବେଟି ପଢ଼ାଓ ” ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

Leave a Comment

error: Content is protected !!