ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ସତ୍ୟ- ଇ-ବାଇକର ଅତ୍ୟାଧୁନିକ ନୂତନ ସୋରୁମ ଓ ସର୍ଭିସ ସେଣ୍ଟର ଉଦଘାଟିତ

ରାଇରଙ୍ଗପୁରରେ ସତ୍ୟ- ଇ-ବାଇକର ଅତ୍ୟାଧୁନିକ ନୂତନ ସୋରୁମ ଓ ସର୍ଭିସ ସେଣ୍ଟର ଉଦଘାଟିତ

ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ବିଶେଷ ରିହାତି 

 ମୟୂରଭଞ୍ଜ -୦୮/୦୨ ( ମସିହା ) ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତା ପିସିଏମ କଲ୍ୟାଣ ମଣ୍ଡପ ସନ୍ନିକଟ ରେ ସତ୍ୟ ଇ-ବାଇକର ଅତ୍ୟାଧୁନିକ ନୂତନ ସୋରୁମ୍ ଓ ସର୍ଭିସ ସେଣ୍ଟର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସତ୍ୟ ଇ ବାଇକର ସତ୍ଵାଧିକାରୀ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ବାଇକ୍ ଡିଲର ରଜତ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ପୋୖରପାଳିକାର ନଗରପାଳ ଅଭିଷେକ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୂଚନ୍ଦ୍ର ମହାଳିକ, ଟ୍ରାନ୍ସ ମୋବିଲିଟିର ଅଲ ଇଣ୍ଡିଆ ସେଲସ ମୁଖ୍ୟ ଶୁଭେନ୍ଦୁ ଶେଖର, ବାରିପଦା ୱାର୍ଡ ନମ୍ବର ୨୩ କାଉନସିଲର ଅନନ୍ତ ଦାସ, ସମାଜସେବୀ ନିରୋଜ ଓ ଲୋଚନ ପଣ୍ଡା , ସାମ୍ବାଦିକ ମନୋଜ ପଣ୍ଡା,ଦୀପକ ନାୟକ, ଅଭିଷେକ ପ୍ରମୁଖ ଯୋଗ ଦେଇ ନୂତନ ଗୃହକୁ ଫିତା କାଟି ଉଦଘାଟନ କରିଥିଲେ। ଆଜିର ସମୟରେ ପ୍ରଦୂଷଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଇ-ବାଇକ ପ୍ରଦୂଷଣ ରୋକିବାରେ ସହାୟକ ହେବ ବୋଲି ଅତିଥି ମାନେ କହିଥିଲେ। ସରକାରଙ୍କ ତରଫରୁ ଏହି ଏକ ବ୍ୟାଟାରି ଚାଳିତ ଗାଡି ଗୁଡିକ ଉପରେ ବିଶେଷ ରିହାତି ମଧ୍ୟ ପ୍ରଦାନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି,ନୂତନ ଗ୍ରାହକ ଏବଂ ସତ୍ୟ ଇ ବାଇକର କର୍ମଚାରୀମାନେ ଉପସ୍ଥିତ ଥିଲେ।କମ ଦାମରେ ବହୁ ଆକର୍ଷଣୀୟ ରଙ୍ଗର ମନ ପସନ୍ଦର ସ୍କୁଟି ଉପଲବ୍ଧ ହେଉଛି ।ସହରର ଜନସାଧାରଣଙ୍କ ଆବଶ୍ୟକତାକୁ ଦେଖି ଏହା ଖୋଲା ଯାଇଛି । ନାବାଳକ ଏବଂ ଅପ୍ରାନ୍ତ ଵୟସ୍କଙ୍କ ପାଇଁ ଏହା ସବୁଠାରୁ ଦରକାରୀ ଅଟେ । ଅଭିଭାବକମାନେ ପିଲାମାନଙ୍କ ଆବଶ୍ୟକତାକୁ ମେଣ୍ଟାଇବା ସହ ପିଲାମାନଙ୍କ କଲେଜ ,ଟ୍ଯୁସନ,ଯିବା ପାଇଁ ଏହି ଗାଡି ଟାଣିଲେ ପେଟ୍ରୋଲ ଚିନ୍ତା, ପୋଲିସ ଓ ପରିବହନ ବିଭାଗର କଟକଣା ଓ ତଣ୍ଡରୁ ମୁକ୍ତ ହୋଇପାରିବେ । ଲାଇସେନ୍ସ ଆବଶ୍ୟକତା ନାହିଁ । ରାଇରଙ୍ଗପୁର ସହରରେ ଏହି ସୋରୁମ୍ ଖୋଲିଥିବାରୁ ଅଂଚଳବାସୀ ବିଲର ରଜତ ପଣ୍ଡାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମ.ରାମପୁର ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଟ୍ରଲର କୁ ପଛରୁ ପିଟିଲା ଦଶ ଚକିଆ ଟ୍ରକ ଡ୍ରାଇଭର ଗୁରୁତର

Sunil Chandra Nayak

ସାଇବର ସୁରକ୍ଷା ସଚେତନ ଅଭିଯାନ

masiha

Leave a Comment

error: Content is protected !!