ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଇରଭାଡ଼ି ଠାରେ ନବକୁଣ୍ଡୀୟ ବିଶ୍ୱଶାନ୍ତି ଶ୍ରୀ ମହାବିଷ୍ଣୁ ଯଜ୍ଞ ଅନୁଷ୍ଠିତ

କୋକସରା,୩ା୪- କଳାହାଣ୍ଡି ଜିଲ୍ଲା ଜୟପାଟଣା ଓ କୋକସରା ବ୍ଲକ ସୀମାନ୍ତ ଖଇରଭାଡ଼ି ଗ୍ରାମରେ ନବକୁଣ୍ଡୀୟ ବିଶ୍ୱଶାନ୍ତି ଶ୍ରୀଶ୍ରୀଶ୍ରୀ ମହାବିଷ୍ଣୁ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସଦ ଗୁରୁଦେବ ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀ ମହାରାଜ ଙ୍କ ଦ୍ୱାରା ପ୍ରତିଷ୍ଠିତ କାଳୀକୃଷ୍ଣ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ୩୯ ତମ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ଯଜ୍ଞ ହେବା ଫଳରେ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି । ବିଶ୍ୱକଲ୍ୟାଣାର୍ଥେ ସମର୍ପିତ ଏହି ବୈଦିକ ଯଜ୍ଞରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ବିଧି ଅନୁସାରେ ପ୍ରଥମେ ଅଙ୍କୁରା ରୋପଣ, କଳସ ଯାତ୍ରା, ଅଧିବାସ, ଅଗ୍ନିସ୍ଥାପନ, ପୂଜନ, ଯଜ୍ଞ ହବନ, ମନ୍ତ୍ର ପ୍ରଦାନ, ସଂସ୍କାର କାର୍ଯ୍ୟକ୍ରମ, ମୁଣ୍ଡନ, ପ୍ରସାଦ ସେବନ, ଅର୍ଣ୍ଣ ଛତ୍ର ଏବଂ ସମସ୍ତଙ୍କ ମଙ୍ଗଳ ସକାଶେ ସଦାତତ୍ପର ଗୁରୁପୁତ୍ର ପୂଜ୍ୟ ଶ୍ରୀ ଜଗଦାନନ୍ଦଜୀ ଙ୍କ ଦ୍ୱାରା ପ୍ରତିଦିନ ସନ୍ଧ୍ୟା ରେ ପ୍ରବଚନ ଓ ଭଜନ ଆଧ୍ୟାତ୍ମିକ ପରିବେଶ କୁ ଦ୍ୱିଗୁଣିତ କରିଥିଲା । ସମଗ୍ର ବିଶ୍ୱରେ ଶାନ୍ତି ଓ ମଣିଷ ସମାଜ ରେ ଶାନ୍ତି ମୈତ୍ରୀ ସ୍ଥାପନ ଏହି ଯଜ୍ଞ ର ମୁଳ ଉଦ୍ଦେଶ୍ୟ ବୋଳି ଶ୍ରୀ ଜଗଦାନନ୍ଦ ଜି ସୂଚନା ଦେଇଛନ୍ତି । ରବିବାର ପୂର୍ଣ୍ଣାହୁତି ସହ ଶ୍ରୀ ବିଷ୍ଣୁ ମହାଯଜ୍ଞ ର ସମାପନ ହୋଇଛି । ଏହି ଯଜ୍ଞରେ କୋକସରା ଜୟପାଟଣା ତଥା ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ଅଞ୍ଚଳ ରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ । କାଳୀକୃଷ୍ଣ ସଙ୍ଘ ପକ୍ଷରୁ ସେବକ ଓ ସଦସ୍ୟ ମାନେ ନିରବଛିନ୍ନ ଭାବେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ସେବା ଯୋଗାଇବା ସହ ନିରନ୍ତର ଶ୍ରୀ ବିଷ୍ଣୁ ମହାଯଜ୍ଞ ର ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ । ମ ନି ସ 

Related posts

ନୁଆଁ ଖାଇଲେ ମହିମା ଧର୍ମାବଲମ୍ବୀ

Sunil Chandra Nayak

ଯବାନଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମାତୃଦିବସ୍‌ ଦିନେ ମାଆଁର୍‌ ପଦେ

Sunil Chandra Nayak

Leave a Comment

error: Content is protected !!