ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ଲାଷ୍ଟିକ ବ୍ୟବହାର ନିରୁତ୍ସାହିତ କରିବା ଦିଗରେ ଅଭିନବ ପଦକ୍ଷେପ

ପ୍ଲାଷ୍ଟିକ ବ୍ୟବହାର ନିରୁତ୍ସାହିତ କରିବା ଦିଗରେ ଅଭିନବ ପଦକ୍ଷେପ

ଖାଦ୍ୟ ସୁରକ୍ଷା ଯୋଜନା ରେ ଅନ୍ତର୍ଭୁକ୍ତ ପରିବାରଙ୍କୁ ଝୋଟ ବ୍ୟାଗ୍ ପ୍ରଦାନ

ଭବାନୀପାଟଣା : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ମୋଟ ୪,୧୦,୦୬୬ ପରିବାରଙ୍କୁ ୨ ଟି ଲେଖାଏଁ ଝୋଟ ତିଆରି ବ୍ୟାଗ ପ୍ରଦାନ କାର୍ଯ୍ୟକ୍ରମ ଭବାନୀପାଟଣା ସଦର ବ୍ଲକର ଶଗଡା ଗ୍ରାମ ପଞ୍ଚାୟତରେ ଶୁଭାରମ୍ଭ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ବିଧାୟକ ଭବାନୀପାଟଣା ଙ୍କ ପ୍ରତିନିଧି ମନୋଜ ସାହୁ, ବ୍ଲକ ଅଧ୍ୟକ୍ଷ ଭବାନୀପାଟଣା ପ୍ରଫୁଲ୍ଲ ସାହୁ, ଭବାନୀପାଟଣା ବି ଡି ଓ ଚନ୍ଦନ କୁମାର ଭୋଇ ,ସରପଞ୍ଚ ଶଗଡା ଗ୍ରାମ ପଞ୍ଚାୟତ ଗୋବିନ୍ଦ ନାଏକ ଙ୍କ ସହିତ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ସବୁଜ ଓଡିଶା ଗଠନ ପାଇଁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ର ବ୍ୟବହାର ହ୍ରାସ କରିବା ଏବଂ ପରିବେଶର ସୁରକ୍ଷା ନିମନ୍ତେ ଝୋଟ ତିଆରି ବ୍ଯାଗକୁ ପ୍ରୋତ୍ସାହନ ଦେବା ପାଇଁ ହିତାଧିକାରୀଙ୍କୁ ଝୋଟ ତିଆରି ବ୍ୟାଗ ଜିଲ୍ଲା ପରିଷଦ ସଭାପତି ଏବଂ ଜିଲ୍ଲାପାଳଙ୍କ ଦ୍ଵାରା ବଣ୍ଟନର ଶୁଭାରମ୍ଭ କରଯାଇଥିଲା । ଉକ୍ତ ବଣ୍ଟନ ପ୍ରକ୍ରିୟା ଜିଲ୍ଲାରେ ୭ଦିନ ମଧ୍ୟରେ ସମାପ୍ତ କରିବାର ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସହ ଯୋଗାଣ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ଥାଇ ସୁପରିଚାଳନା କରିଥିଲେ ।

ମସିହା ନିୟୂଜ ସର୍ଭିସ୍ 

Related posts

ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ର ପ୍ରଥମ ଓ ଦ୍ବିତୀୟ ଦିବସ 

masiha

ମେଗା ଜଳ ଯୋଗାଣ ପ୍ରକଳ୍ପ :ପାଣି ଯୋଗାଇବ କେବେ ଠିକଣା ନାହିଁ ଏପଟେ ପାଇପ ବିଛାଇବା ରେ ରାସ୍ତାଘାଟ ବେହାଲ କରି ଛାଡି ଦେଉଛି

Sunil Chandra Nayak

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

masiha

Leave a Comment

error: Content is protected !!