ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ପ୍ରାଥମିକ ବିଦ୍ୟାଳୟ, ସାନକାର୍ଲିର ବାର୍ଷିକ ଉତ୍ସବ ପାଳିତ

ସରକାରୀ ପ୍ରାଥମିକ ବିଦ୍ୟାଳୟ, ସାନକାର୍ଲିର ବାର୍ଷିକ ଉତ୍ସବ ପାଳିତ

ଭବାନୀପାଟଣା: ସରକାରୀ ପ୍ରାଥମିକ ବିଦ୍ୟାଳୟ, ସାନକାର୍ଲିର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଲାଞ୍ଜିଗଡ ଶ୍ରୀମତୀ ନମିତା ରାଣୀ ଭୋଇ, ସମ୍ମାନିତ ଅତିଥି ଭାବେ ଗୁଣ୍ଡରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ହରପ୍ରିୟା ମାଝୀ, ଅନ୍ୟତମ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମୁଦୁଲି ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିଗଣ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିଷୟରେ ଦିଗଦର୍ଶନ ଦେବା ସହ ଶୃଙ୍ଖଳିତ ହୋଇ ନିଜକୁ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟନ୍ତ ତାଣ୍ଡି ସଭାପତିତ୍ଵ କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବିଣ ତାଣ୍ଡି ବିଦ୍ୟାଳୟ ବିବରଣୀ ପାଠ କରିଥିଲେ। ସିଆରସିସି ମନୋଜ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କନର୍ଲା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଆଦିତ୍ୟ କୁମାର ପଣ୍ଡାଙ୍କୁ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟା କରୁଆଁ ଏବଂ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ର ଜିତାଞ୍ଜୁ କରୁଆଁଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ବର୍ଣ୍ଣୋବୋଧ ବହି ବଣ୍ଟନ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉପେନ୍ଦ୍ର ରାଉତ ପରିଚାଳନା କରିଥିଲେ। ଏହି ଉତ୍ସବରେ ଗୁଣ୍ଡରୀ ସମିତି ସଭ୍ୟ ଶ୍ରୀମତୀ ପଦ୍ମିନୀ ପୂଜାରୀ, ଭାରତ ଭୂଷଣ ସାହୁ, ଝସକେତନ ପ୍ରଧାନ, ଆଦିତ୍ୟ କୁମାର ପଣ୍ଡା, ଶିବ ପ୍ରସାଦ ଦାସ, ରାଜିତ ଆଚାର୍ଯ୍ୟ, କମଳିନୀ ପଣ୍ଡା, ଉମେଶ ମାଝୀ, ଜ୍ୟୋତିଷ ଚନ୍ଦ୍ର ବେହେରା, ଦୟାନିଧି ରଣା, ନୀତିଶ ପଣ୍ଡା, ସୁଶାନ୍ତ ନାଏକ, ତୁଳାରାମ ମାଝୀ, ହିମାଂଶୁ ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସାନକାର୍ଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦନାର୍ଦ୍ଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଇନ୍ଦ୍ରାବତୀ ସ୍ଥିତ ପି ଏମ ଶ୍ରୀ ଜୱାହର ନବୋଦୟ ବିଦ୍ୟାଳୟ ରେ ବିଜ୍ଞାନ ପ୍ରଦର୍ଶନୀ: ଉଦ୍ଭାବନ ଏବଂ ବୈଜ୍ଞାନିକ ମନୋଭାବର ପ୍ରଦର୍ଶନ

Sunil Chandra Nayak

ସାମାଜିକ ସଚେତନତା ଓ ଏକତାର ସନ୍ଦେଶ ନେଇ ଆମ୍ବେଦକର ଜୟନ୍ତୀ ଭବ୍ୟ ଉଦ୍ୟାପନ 

Sunil Chandra Nayak

୫୦ବର୍ଷ ପରେ ଏକାଠି ହେଲେ ୧୯୭୫ମ୍ୟାଟ୍ରିକ ବ୍ୟାଚ,ପାଳିଲେ ଗୋଲଡେନ ଜୁବୁଲି

Sunil Chandra Nayak

Leave a Comment

error: Content is protected !!