ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡମ୍ କର୍ଲା ଖୁଣ୍ଟା ଗ୍ରାମ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ଡମ୍ କର୍ଲା ଖୁଣ୍ଟା ଗ୍ରାମ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ମ.ରାମପୁର, ୧୦/୨(ମସୀହା) କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ଅନ୍ତର୍ଗତ ଡମ୍ କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତ ପରିସରରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ଧରୁଆ,ସମ୍ମାନୀତ ଅତିଥି ଆମ ଓଡ଼ିଶା ନବୀନ ଓଡ଼ିଶା ର ନୋଡାଲ ଅଧିକାରୀ ତଥା (ଜି ପି ଇ ଓ) କୁଳମଣି ସିଂରାୟ, ମଦନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ କେତକୀ ଦଣ୍ଡିଆ, ନୁନପୁର ସରପଞ୍ଚ ସବିତା ରଣା,ସାଲେପାଲିି ସରପଞ୍ଚ ରଚନା ନାଏକ, ଅଲାତରା ସରପଞ୍ଚ ସସ୍ମିତା ନାଗ, ବାରବନ୍ଧା ସରପଞ୍ଚ ବୃନ୍ଦାବତୀ ପାଠକ , ଡୁଡ଼ୁକା ରଞ୍ଜା ସରପଞ୍ଚ ସୂର୍ଯ୍ୟମଣି ପାତ୍ର,ସମାଜସେବୀ ଫକୀର ରଣା, ଶଙ୍କର ସୁନା,ସୁନ୍ଦର ଦେଈ ଛତ୍ରିଆ, ସମିତି ସଭ୍ୟ ଭବାନୀ ଶଙ୍କର ଭୋଇ,ନାଏବ ସରପଞ୍ଚ ଲିଙ୍ଗ ରାଜ ବିଭାର,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶ କୁମାର ଜାଲ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ସଚେତନ କରିଥିଲେ । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏମବିକେ ରଞ୍ଜିତା ପ୍ରଧାନ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକ୍ରମ ବିଷୟ ରେ ସୂଚନା ଦେଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ, ଅଙ୍ଗନଓ୍ବାଡି ,ପ୍ରାଣୀ ସମ୍ପଦ, ସ୍ବୟଂ ସହାୟକ ଗୋଷ୍ଠୀ ଷ୍ଟଲ ଖୋଲା ଯାଇଥିଲା। ରାଜ୍ୟ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ଟିଭି ମାଧ୍ୟମରେ ପ୍ରଦର୍ଶନ କରାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ସହଯୋଗ କରିଥିଲେ। ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଘୁମୁରା ଓ ବଜା ଶାଲ ପରିବେଷିତ ହୋଇଥିଲା।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଉତ୍ସଵ ପାଇଁ ଆମପାଣି ବୁଢ଼ାରଜା ମନ୍ଦିରରୁ ବାହାରିଲା ମଶାଲ ଶୋଭାଯାତ୍ରା

Sunil Chandra Nayak

ରାଇରଙ୍ଗପୁର ରେ ଧର୍ମପ୍ରାଣ ବ୍ୟକ୍ତି ବିଷ୍ଣୁ ପ୍ରସାଦ ଜେନାଙ୍କ ଦେହାନ୍ତରେ ଗଭୀର ଶୋକ

masiha

ମଠତେନ୍ତୁଳିଆ ମଧ୍ୟ‌‌ ଇଂରାଜୀ ବିଦ୍ୟାଳୟ ର ୧୯୮୪-୮୬ ବ୍ୟାଚ୍ ଛାତ୍ର ଛାତ୍ରୀମାନ‌ଙ୍କ‌‌‌ ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!