ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳବନ୍ଦୀ ଅଞ୍ଚଳ ଗୁରୁମାଇ ଗୁଡା ରେ ଖାତିଗୁଡା ପୋଲିସ ତରଫରୁ ଜନସମ୍ପର୍କ ଓ ସଚେତନତା ଶିବିର

ଜଳବନ୍ଦୀ ଅଞ୍ଚଳ ଗୁରୁମାଇ ଗୁଡା ରେ ଖାତିଗୁଡା ପୋଲିସ ତରଫରୁ ଜନସମ୍ପର୍କ ଓ ସଚେତନତା ଶିବିର

ତେନ୍ତୁଳିଖୁଣ୍ଟି ୧୦/୦୨/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ର ଜଳବନ୍ଦୀ ଅଞ୍ଚଳ ଗୁରୁମାଇ ଗୁଡା ଠାରେ ଖାତିଗୁଡା ପୋଲିସ ତରଫରୁ ଆଜି ଏକ ସଚେତନତା ଓ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ରେ ସ୍ୱାସ୍ଥ୍ୟ ବିଭାଗ ର ଟିମ ଡକ୍ଟର ଅମରେଶ ମହାନ୍ତି ଙ୍କ ନେତୃତ୍ୱ ରେସ୍ଥାନୀୟ ଜନତା ଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇ ଥିଲା। ବାଲ୍ୟ ବିବାହ ରୋକିବା ପାଇଁ ଏକ ସଚେତନତା ନାଟକ ମଞ୍ଚସ୍ଥ କରାଯାଇଥିଲା। ଶିବିରରେ ଉପସ୍ଥିତ ଅଧିକାରୀମାନେ ବାହାର ରାଜ୍ୟ ବା ଜିଲ୍ଲା କୁ କାମ କରିବାକୁ ଗଲେ କଣ ସବୁ କରିବାକୁ ହେବ ବୁଝାଇବା ସହ କାର୍ଯ୍ୟ କରିବାକୁ ଯାଇ ବାହାରେ ଅସୁବିଧା ସମ୍ମୁଖୀନ ହେଲେ ପୋଲିସ କୁ ଜଣାଇଲେ ସହାୟତା ଯୋଗାଇଦିଆ ଯିବ ବୋଲି କହିଥିଲେ। ଏହି ଅବସରରେ ଉପସ୍ଥିତ ମହିଳା ଙ୍କୁ ଶାଢ଼ୀ ପୁରୁଷ ଙ୍କୁ ଲୁଙ୍ଗି ଏବଂ ଛାତ୍ରୀ ଛାତ୍ର ଙ୍କୁ ପେନ ଖାତା ଆଦି ବଣ୍ଟନ କରାଯାଇଥିଲା। ଜଳବନ୍ଦୀ ଅଞ୍ଚଳ ରେ ପ୍ରଥମ ଥର କୌଣସି ଆରକ୍ଷୀ ଅଧିକ୍ଷକ ଙ୍କ ପାଦ ପଡ଼ିଥିବାରୁ ଅଞ୍ଚଳରେ ଚାଲିଥିବା ରନ୍ଧା ମଦ ବ୍ୟବସାୟୀ ଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଏସ ପି ରୋହିତ ବର୍ମା ଯୋଗ ଦେଇଥିବା ବେଳେ ଏସ ଡି ପି ଓ କ୍ରିଷ୍ଣା ଚନ୍ଦ୍ର ଭତ୍ରା ଆର ଓ ଅଜୟ କୁମାର ଏକ୍କା , ଆଇ ଆଇ ସି ହରିଶ୍ ଗଲୋରୀ, ଏସ ଆଇ ମହେଶ୍ୱର ଭୁର୍ଭୁରେ ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଓଡିଶା ପୋଲିସ ପ୍ରତିଷ୍ଠା ଦିବସରେ ସର୍ବଶ୍ରେଷ୍ଠ ଓ଼ଆର କନେଷ୍ଟବଲରେ ସମ୍ମାନିତ ହେଲେ ସନ୍ତୋଷ

Sunil Chandra Nayak

ହମିରପୁର ଉନ୍ନୟନ ପରିଷଦ ତରଫରୁ ମହାବିଷୁବ ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ପାଳନ

Sunil Chandra Nayak

ଭାରତ ବନ୍ଦ” ଲାଞ୍ଜିଗଡ ବ୍ଲକରେ ସଂପୂର୍ଣ୍ଣ ସଫଳ 

masiha

Leave a Comment

error: Content is protected !!