ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠାକୁର ଅନୁକୂଳଙ୍କ ୧୩୬ ତମ ଜନ୍ମୋତ୍ସବ ପାଳିତ

ଠାକୁର ଅନୁକୂଳଙ୍କ ୧୩୬ ତମ ଜନ୍ମୋତ୍ସବ ପାଳିତ

ଜୁନାଗଡ ,୧୧/୨(ମ ନି ସ)ଜୁନାଗଡ଼ ସତସଙ୍ଗ କେନ୍ଦ୍ର ଠାରେ ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଶୁଭ ୧୩୬ ତମ ଜନ୍ମୋତ୍ସବ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି। ଏହି ଉତ୍ସବ ଉପଲକ୍ଷେ ଆୟୋଜିତ ସଭାରେ ସଭାପତିତ୍ବ ରୀତ୍ୱିକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ କରିଥିଲେ । ଏହି ଜନ୍ମୋତ୍ସୋବ ରେ ଭଜନ କୀର୍ତ୍ତନ ଓ କୋରସ ରେ ଅନେକ ଭକ୍ତ ମାନେ ଅଂଶ ଗ୍ରହଣ କରିଥିଲେ। କୋକସରା ଡିଗ୍ରୀ କଲେଜ ର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ଜଗନ୍ ଚନ୍ଦାନି ପ୍ରାରମ୍ଭିକ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତା ଡାକ୍ତର ଅସୀମ ଘୋଷ ଶ୍ରୀ ଶ୍ରୀ ଠାକୁର ଙ୍କ ଭାବାଦର୍ଶ ଆଜିର ମଣିଷ ର ସମସ୍ତ ସମସ୍ୟା ସମାଧାନ ପାଇଁ ଅତ୍ୟନ୍ତ ଆବଶ୍ୟକ ସେ ଉପରେ ଆଲୋଚନା କରିଥିଲେ। ସଭାପତି ଶ୍ରୀଯୁକ୍ତ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ରିଙ୍କି ପଣ୍ଡା, ନନ୍ଦିନୀ ଧଳ, ସୁଶ୍ରୀ ସୂତପା ପୃଷ୍ଟି, ଶ୍ରୀଯୁକ୍ତ ମଧୁସୂଦନ ସାହୁ, ଗୌତମ ବାଗ ଭଜନ ପରିବେଷଣ କରିଥିଲେ । କୋରସ୍ ପରିବେଷଣ କରିଥିଲେ ଶ୍ରୀଯୁକ୍ତ ରସାନନ୍ଦ ପଣ୍ଡା। କୀର୍ତ୍ତନ ପରିବେଷଣ କରିଥିଲେ ଶ୍ରୀଯୁକ୍ତ ଆଦିତ୍ୟ କୁମାର ପଣ୍ଡା ଓ ତାଙ୍କୁ ସହଯୋଗ କରିଥିଲେ ଯାଜକ ଶ୍ରୀଯୁକ୍ତ ସଞ୍ଜୟ ପଣ୍ଡା, ଅଧର୍ଯୁ ଇଶ୍ଵର ବେହେରା, ଭୂପେନ ଭାଇ ଓ ଅନ୍ୟ ମାନେ। ଭଣ୍ଡାରରେ ପ୍ରସାଦ ବିତରଣ ଓ ବ୍ୟବସ୍ଥାପନା ର ଦାୟିତ୍ବ ନେଇଥିଲେ ସର୍ବ ଶ୍ରୀଯୁକ୍ତ ମଧୁସୂଦନ ପଣ୍ଡା, ଅଶ୍ୱିନ ପଣ୍ଡା, ସତ୍ୟ ରଥ, ଶିବାନନ୍ଦ ପାତ୍ର, ସରୋଜ କୁମାର ବରାଳ, ଅଭିମନ୍ୟୁ ବାରିକ, ପ୍ରବୀର ନାୟକ, ଆଦିତ୍ୟ କୁମାର ପଣ୍ଡା, ବୁଡ଼ା ଭାଇ, ଧିରେନ ପଣ୍ଡା। ଯଶବନ୍ତ ପଟେଲ, ସରୋଜ ଧଙ୍ଗଡା ମାଝି, ଅମିୟ ଜେନା ଓ ଗିରିଧାରୀ ଗୋପାଲ ପ୍ରମୂଖ ସାଜସଜ୍ଜା ରେ ସହଯୋଗ କରିଥିଲେ । ଏହି ଅବସରରେ ଅତିଥି ସତ୍କାର ଦାୟିତ୍ଵ ରେ ଥିଲେ ସର୍ବ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ନାୟକ ( ପୂର୍ବତନ ବ୍ଲକ ଅଧ୍ୟକ୍ଷ), ଅଭିମନ୍ୟୁ ବାରିକ ଓ ପ୍ରବୀର ନାୟକ ପ୍ରମୁଖ। ଏହି ଅବସରରେ ନୃତ୍ୟ ପରିବେଷଣ କରିଥିଲେ ତାପସ ବିହାରୀ। ସମସ୍ତ ଙ୍କ ଅକୁଣ୍ଠ ସହଯୋଗରେ କାର୍ଯ୍ୟ କର୍ମ ଟି ସୂଚାରୁ ରୁପେ ସମ୍ପାଦିତ ହୋଇଥିବା କାର୍ଯ୍ୟକ୍ରମ ର ସଭାପତି ପ୍ରକାଶ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ସଠିକ୍ ଭବିଷ୍ୟ ବାଣୀ ନିମନ୍ତେ ଡଃ.ମନୋଜ ଲେଙ୍କାଙ୍କୁ ଜାତୀୟ ଆଇକନ୍ ସମ୍ମାନ 

masiha

ହେତୁବାଦୀ ସଂଗଠନ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ

Sunil Chandra Nayak

ଯାମଦା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ୩ ଦିନ ହେଲା ବ୍ଳକ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣାରତ ! ଜାମଦା ଅଂଚଳ ବାସୀ ଏବଂ ଅଧ୍ଯକ୍ଷଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ  

Sunil Chandra Nayak

Leave a Comment

error: Content is protected !!