ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାନୁଷ୍ଠାନ ମଣିଷ ତିଆରି କାରଖାନା : ଜାମଶୂଳୀ କଲେଜ ପ୍ରଶାସନିକ ଭବନ ଉଦଘାଟିତ

ଶିକ୍ଷାନୁଷ୍ଠାନ ମଣିଷ ତିଆରି କାରଖାନା : ଜାମଶୂଳୀ କଲେଜ ପ୍ରଶାସନିକ ଭବନ ଉଦଘାଟିତ

ବସ୍ତା, ୧୧/୨ :ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ମଣିଷ ତିଆରି କାରଖାନା, କାରଖାନାର ପ୍ରତ୍ୟେକ କର୍ମଚାରୀ ନୀତିବାନ ଓ ଚରିତ୍ରବାନ ହେଲେ ତା’ର ପ୍ରଭାବ ଛାତ୍ର ଛାତ୍ରୀଙ୍କ ଉପରେ ପଡେ। ଫଳରେ ଛାତ୍ର ଛାତ୍ରୀ ମାନେ ଦେଶ ଓ ସମାଜ ପାଇଁ କାର୍ଯ୍ୟ କରିଥାନ୍ତି ବୋଲି ରବିବାର ରାଜ୍ୟ ସଂସ୍କୃତି, ଭାଷା ,ସାହିତ୍ୟ, ସଂସ୍କୃତି ,ପର୍ଯ୍ୟଟନ ଓ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଜାମଶୂଳୀ ସ୍ଥିତ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ନବ ନିର୍ମିତ ପ୍ରଶାସନିକ ଭବନକୁ ଉଦଘାଟନ କରି ଉପରୋକ୍ତ ମତ ବ୍ୟକ୍ତ କରିଛନ୍ତି। କଲେଜ ଉନ୍ନୟନ ବିଭାଗ ଅର୍ଥରେ ନିର୍ମିତ ଏହି ଭବନ ରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସହିତ ପରୀକ୍ଷା ନିୟନ୍ତ୍ରଣ କକ୍ଷ, ଅର୍ଥ ଓ ପ୍ରଶାସନିକ ସେକ୍ସନ, ଅଧ୍ୟାପକଙ୍କ କକ୍ଷ ଆଦି କକ୍ଷ ରହିଛି। ଏହି ଉଦଘାଟନ ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ଉମେଶ ଚନ୍ଦ୍ର ପ୍ରଧାନ, ପରିଚାଳନା କମିଟି ସଭାପତି ସୃଷ୍ଟିଧର ପାତ୍ର, ବରିଷ୍ଠ ସଭ୍ୟ ଭଜହରି ପରିଡ଼ା, ଗୌରାଙ୍ଗ କୁମାର ବିଶ୍ବାଳ, ନାରାୟଣ ପ୍ରଧାନ, ପ୍ରାଧ୍ୟାପକ ଦିବ୍ୟ ଇନ୍ଦୁ ଗିରି, ଦେବବ୍ରତ ଦାସ, ପ୍ରଧ୍ୟାପିକା ଲିପିକା ଜାନା , ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରଭାତ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଡଃ ସୁକାନ୍ତ କୁମାର ଗିରି, ପରମାନନ୍ଦ ମହାନ୍ତି, ଦେବେନ୍ଦ୍ର ନାଥ ସେଠୀ, ତାପସ ତନୟ ନନ୍ଦୀ, ଅଜିତ କୁମାର ଭୂୟାଁ, ନଗେନ୍ଦ୍ର ନାଥ ପାତ୍ର, ବଙ୍କିମ ଚନ୍ଦ୍ର ମୈକାପ, ଶିବ ପ୍ରସାଦ ଦାସ,ସୁରେଶ ଚନ୍ଦ୍ର ନାୟକ, ଅଧ୍ୟାପିକା ତନୁଶ୍ରୀ ନାୟକ, ମିତା ରାଣୀ ଜେନା, ସଞ୍ଜୟ କୁମାର ଦେ, ଶ୍ରୀକାନ୍ତ ମହାପାତ୍ର, ପ୍ରମଥ ମାନ୍ନା, ବଂଶୀଧର ନାୟକ, ଦେବେନ୍ଦ୍ର ନାଥ ଘୋଷ ପ୍ରମୁଖ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧ୍ୟାପିକା ଲିପିକା ଜାନା ଧନ୍ୟବାଦ ଅର୍ପଣ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ତ୍ରିଦିବସୀୟ ମାନସିକ ଅବସାଦ ସମ୍ପର୍କୀତ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ 

masiha

ଅଟୋ ଚାଳକଙ୍କ ପାଇଁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ 

masiha

Leave a Comment

error: Content is protected !!