ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୁନିଗୁଡା ପୋଲିସ ପଞ୍ଝାରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ୫ଗିରଫ 

ମୁନିଗୁଡା ପୋଲିସ ପଞ୍ଝାରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ୫ଗିରଫ 

ମୁନିଗୁଡା -12.2.024 କିଛିଦିନ ନିରବତା ପରେ ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ହାତରେ ଧରାପଡିଲେ ୫ଜଣ ଗଞ୍ଜେଇ ଚାଲାଣ କାରୀଙ୍କ ସମେତ ୨୮କେଜି ୪୦୦ଗ୍ରାମର ଗଞ୍ଜେଇ, ତାର ଆନୁମାନିକ ମୂଲ୍ୟ ୧ଲକ୍ଷ ୪୨ହଜାର ଟଙ୍କା ଵୋଲି ଆକଳନ କରାଯାଇଛି। ସୂଚନାଯୋଗ୍ୟ ମୁନିଗୁଡା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ରାଜେଶ ସିଂ, ପୁଷ୍ପେନ୍ଦ୍ର ସିଂ ଭଟ୍ଟ, (ମଧ୍ୟପ୍ରଦେଶ,) ରଞ୍ଜିତା ଏମ୍, ଆଲିବାନ ସାଜି, ମହମ୍ମଦ ସେକ୍ (କେରଳ )ଏମାନେ ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ଆଣି ମୁନିଗୁଡା ବସଷ୍ଟାଣ୍ଡରେ ଓହ୍ଲାଇ ଥିଲେ। ପାଞ୍ଚଟି ଏୟାର ଵ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ଭଦ୍ରଲୋକ ଭଳି ଟିକର ପଡା ଦେଇ ଟ୍ରେନରେ ଷ୍ଟେସନ ଯାଉଥିଲେ। ପୋଲିସର ସନ୍ଦେହ ହେଵାରୁ ସେମାନଙ୍କ ଏୟାର ବ୍ୟାଗରେ ଗଞ୍ଜେଇ ଥିବା ଦେଖି ସେମାନଙ୍କୁ ପେଟ୍ରୋଲିଂ ପୋଲିସ କାବୁ କରି ଥାନାକୁ ଆଣି ତଦନ୍ତ କରିଥିଲେ। ଏହି ଗଞ୍ଜେଇକୁ ଅଜୟ ନାମକ ଲୋକ ଯୋଗାଇଥିଲା ଵୋଲି ଅଭିଯୁକ୍ତମାନେ କହିଥିଲେ। ଥାନା ଅଧିକାରିଣୀ ଶ୍ରୀମତୀ ଶୌଦାମିନି ଵେହେରା ଅଧିକ ତଦନ୍ତ ଜାରିରଖିଥିବା ଵେଳେ ଥାନା କେଶନଂ ୩୦/୨୪ ପ୍ରକାରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀମତୀ ଶୌଦାମିନି ଵେହେରା ସୂଚନା ଦେଇଛନ୍ତି।

ରାୟଗଡ଼ ରୁ ଗୋରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମ. ରାମପୁର ଉପ କାରାଗାରରୁ ଫେରାର କଏଦୀ ଗିରଫ

Sunil Chandra Nayak

ଦିନ ଦିପହର ରେ ଡକାୟତି

Sunil Chandra Nayak

ଆଲୋମଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର 

masiha

Leave a Comment

error: Content is protected !!