ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଓ ନୂଆପଡା କୋଳାଧକ୍ଷଙ୍କ ସହିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତିଙ୍କ ବୈଠକ

କଳାହାଣ୍ଡି ଓ ନୂଆପଡା କୋଳାଧକ୍ଷଙ୍କ ସହିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତିଙ୍କ ବୈଠକ

ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପରାମର୍ଶ ଦାତା ପ୍ରମୋଦ କୁମାର ଦଣ୍ଡସେନାଙ୍କ ବାସଭବନରେ ଅଭିଭକ୍ତ କଳାହାଣ୍ଡି ଓ ନୂଆପଡା ଜିଲ୍ଲା କୋଲାଧକ୍ଷ ଚନ୍ଦ୍ରଧ୍ଵଜ ପେସିନିଆଙ୍କ ସହିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତି ଶମ୍ଭୁ କିଶୋର ଦଣ୍ଡସେନା, ବରିଷ୍ଠ ପରାମର୍ଶ ଦାତା ଜ୍ଞାନ ପ୍ରକାଶ ସିଂ ,ସଙ୍ଗଠକ ପରମେଶ୍ୱର ବାରିକ, ଅନୁଧ୍ୟାନ କମିଟିର ସଦସ୍ୟ ଉମାକାନ୍ତ ରାଉତରାୟ ସାମିଲ ହୋଇ ସମାଜରେ ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ । କଳାହାଣ୍ଡି କ୍ଷତ୍ରିୟ ସମାଜ ଓ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜରେ ସାମାଜିକ କ୍ଷେତ୍ରରେ ରହିଥିବା ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ବୈଠକରେ ଶ୍ରୀ ହରିହର ସଂସ୍କୃତି ସେବା ସମିତି ଲାଞ୍ଜିଗଡ଼ର ସଭାପତି ତଥା ଲାଞ୍ଜିଗଡ଼ ରାଜପରିବାରର ରାଜେନ୍ଦ୍ର ପ୍ରତାପ ସିଂ ଦେଓ , କମିଟି ସଦସ୍ୟ ରାମବାଥ ପାତ୍ର ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

 ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବନ୍ଦେ ମାତରଂ ଜାତୀୟ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

Sunil Chandra Nayak

ମୟୁରଭଞ୍ଜ ଜିଲ୍ଳାରେ ୧୨ଗୋଟି ରାଜ୍ୟ ପାଇଁ ଭାରତୀୟ ବାୟୁସେନା ତରଫରୁ ଅନୁଷ୍ଠିତ ହେବ ଅଗ୍ନିବୀରବାୟୁ ନିଯୁକ୍ତି ରାଲି

Sunil Chandra Nayak

ଗୋବିନ୍ଦପୁର ଫାଣ୍ଡି ବନଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କା ସମ୍ପତି ଚୋରୀ 

Sunil Chandra Nayak

Leave a Comment

error: Content is protected !!