ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ  ମହିଳା ସମାବେଶ

କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ  ମହିଳା ସମାବେଶ

ପାଟଣାଗଡ :ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନକେରା ରେ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି. ଏଇ ସମାବେଶ ରେ ମୁଖ୍ୟ ଅତିଥି ରୂପେ ସଂଘ ରାଜ୍ୟ ସମ୍ପାଦକ ଶିବାନନ୍ଦ ପରିଛା ଯୋଗଦେଇଥିବା ବେଳେ ଆଲୋକ ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ. ଗତ 11ତାରିଖ ରେଢ଼ାଖୋଲ ଚାରମାଳ ଠାରେ ହୋଇଥିବା ସମାବେଶ ରେ ମୁଖ୍ୟମନ୍ତ୍ରୀ ତୋଳାଳୀ ଓ କର୍ମଚାରୀ ମାନଙ୍କ ସୁବିଧା ପାଇଁ 200କୋଟି ର ପ୍ୟାକେଜ ଘୋଷଣା କରିଥିବାରୁ ସଂଘ ତରଫରୁ ଧନ୍ୟବାଦ ଦିଆଯାଇଥିଲା. କେନ୍ଦ୍ର ସରକାର ଜିଏସଟି ଛାଡ଼ ନ କରିବା ଘଟଣା କୁ ବକ୍ତବ୍ୟ ରେ ଶ୍ରୀ ପରିଛା ନିନ୍ଦା କରିଥିଲେ. ଆଗାମୀ ନିର୍ବାଚନ ରେ ସେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ରୁ ବିଜେଡି ରୁ ବିଧାୟକ ପାଇଁ ଆଶାୟୀ ପ୍ରାର୍ଥୀ ଥିବାରୁ ମହିଳା ସହ ଉପସ୍ଥିତ ଲୋକଙ୍କୁ ସହଯୋଗ କାମନା କରିଥିଲେ. ପ୍ରାୟ 3000ମହିଳା ଓ ପୁରୁଷ ଏ ସମାବେଶ ରେ ଉପସ୍ଥିତ ଥିଲେ. ସମାବେଶ ରେ ଅନ୍ୟ ମାନଙ୍କ ମଧ୍ୟରେ ମକାରୁ ପଣ୍ଡା, ଦେବରାଜ ପୁଟେଲ, ଜଗଦୀଶ ବଂଚୋର, ବାଲକୃଷ୍ଣ ପାଣିଗ୍ରାହୀ, ସୁରେଶ କାଠାର, ପରମେଶ୍ୱର ଶୁନା ଆଦି ଉପସ୍ଥିତ ଥିଲେ ଲଳିତ ପଧାନ ସଭା ପରିଚାଳନା କରିଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ  ଙ୍କ ରିପୋର୍ଟ୍ 

Related posts

ଗୁଡ଼ାରି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

୩୯ ତମ ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା କମିଟି ନୂତନ ଅଧ୍ୟକ୍ଷ ସାଂସଦ ନବ ଚରଣ ମାଝୀ

ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟର ରାତ୍ର ଜଗୁଆଳି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ 

masiha

Leave a Comment

error: Content is protected !!