ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

ବସ୍ତା,16/02 :ବସ୍ତା ବ୍ଲକ ଅନ୍ତର୍ଗତ ମା ମନସା କ୍ଳବ ଆନୁକୂଲ୍ୟରେ ସରସ୍ବତୀ ପୂଜା 25 ବର୍ଷ ଅବସରରେ ଶୁକ୍ରବାର ନାଡବଣି ସ୍ଥିତ ଶିବ ମନ୍ଦିର ନିକଟରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁବାସିନୀ ଜେନା ଯୋଗ ଦେଇ ଏହି ଶିବିର କୁ ଉଦଘାଟନ କରି ରକ୍ତଦାତା ମାନଂକୁ ଉସ୍ତାହିତ କରିଥିଲେ l ଆଜିର ଦିନରେ ଜିଲ୍ଲା ରକ୍ତ ଭଣ୍ଡାରର ରକ୍ତ ର ଘୋର ଅଭାବ କୁ ପରିଲକ୍ଷିତ କରି ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା lଟେକନିସିଆନ ରାଜେଶ କୁମାର ମିଶ୍ର, ପଲ୍ଲବୀ ମହାପାତ୍ର,ଶୁଚିସ୍ମିତା ଦାସ, ହେମଲତା ସେଠୀ ଓ ବିଦ୍ୟାଧର ସାହୁଙ୍କତତ୍ତ୍ୱାବଧାନରେ ରକ୍ତ ସଂଗୃହିତ ହୋଇଥିଲା l ଏହି କ୍ଳବର ସଭାପତି ସୁଶାନ୍ତ ଜେନା, ସମ୍ପାଦକ ସୁଶୀଲ ଜେନା,ସଦସ୍ୟ ଖଗେଶ୍ୱର ନାୟକ,ବଳରାମ ଜେନା, ଅନନ୍ତ ଜେନା, ରାଜେନ୍ଦ୍ର ନାୟକ, ସଞ୍ଜୟ ପ୍ରଧାନ, ସନ୍ୟାସୀ ଜେନା, ହରିହର ନାୟକ, ପ୍ରତୀକ ଜେନା, ପ୍ରଭଞ୍ଜନ ଜେନା, ସୌମ୍ୟ ରଞ୍ଜନ ଜେନା, ଓମ ଜେନା, ରାଜା ଜେନାଙ୍କ ସମେତ ସମସ୍ତ କର୍ମୀ ଶିବିର କୁ ପରିଚାଳନାରେ ସହଯୋଗ କରିଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ ଜିଲ୍ଲାରେ ଶତ ପ୍ରତିଶତ ମତଦାନ ନିମନ୍ତେ ପ୍ରୟାସ , ସଚେତନତା ସୃଷ୍ଟି ପାଇଁ ଅଭିନବ ପ୍ରଚେଷ୍ଟା

masiha

ସାମ୍ବାଦିକଙ୍କ ପିତୃ ବିୟୋଗ

Sunil Chandra Nayak

ଧର୍ମଗଡ: ବ୍ରାହ୍ମଣ ଛେଣ୍ଡିଆଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

masiha

Leave a Comment

error: Content is protected !!