ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମତ୍ସ୍ୟ ଓ ପ୍ରାଣୀ ସମାବେଶ ରେ ୨ ଟି ବ୍ଲକରୁ ୪୦ ଜଣ ଚାଷୀ ଙ୍କ ଭୁବନେଶ୍ଵର ଯାତ୍ରା 

ମତ୍ସ୍ୟ ଓ ପ୍ରାଣୀ ସମାବେଶ ରେ ୨ ଟି ବ୍ଲକରୁ ୪୦ ଜଣ ଚାଷୀ ଙ୍କ ଭୁବନେଶ୍ଵର ଯାତ୍ରା 

ଡାବୁଗାଁ, ୧୬/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଓ କୋଷାଗୁମୁଡା ବ୍ଲକ ରୁ ଭୁବନେଶ୍ଵର ଜନତା ମଇଦାନ ଠାରେ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ଯୋଗ ଦେବା ନିମନ୍ତେ ୨ ଟି ବ୍ଲକରୁ ୪୦ ଜଣ ଜଣ ଚାଷୀ ଭୁବନେଶ୍ଵର ଅଭିମୁଖେ ଶୁକ୍ରବାର ସନ୍ଧ୍ୟାରେ ଯାତ୍ରା କରିଛନ୍ତି | ଡାବୁଗାଁ ବ୍ଲକ ର ମତ୍ସ୍ୟ ବିଭାଗ ର ୧୦ ଜଣ ଓ ପ୍ରାଣୀ ବିଭାଗର ୧୦ ଜଣ ଓ କୋଷାଗୁମୁଡା ବ୍ଲକ ରୁ ମତ୍ସ୍ୟ ବିଭାଗ ର ୧୦ ଜଣ ଓ ପ୍ରାଣୀ ବିଭାଗର ୧୦ ଜଣ ଲେଖାଏଁ ମୋଟ ୪୦ ଜଣ ମହିଳା ଓ ପୁରୁଷ ଚାଷୀ ୧ ଟି ବସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି | ବସରେ ଚାଷୀ ମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ୨ ଟି ବ୍ଲକ ର ୪ ଜଣ ନୋଡାଲ ଅଧିକାରୀ ରହିଛନ୍ତି | ଏହି ଯାତ୍ରା ସମୟରେ ଡାବୁଗାଁ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ମନୋରଞ୍ଜନ ମାଝି ଓ ସଙ୍ଗୀତା ସାମଲ, ପ୍ରାଣୀଧନ ନିରିକ୍ଷକ ନିରାକାର ମାଝି ଓ ସୁକେଶ ଶିରା ପ୍ରମୁଖ ଚାଷୀ ଙ୍କ ସହିତ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆସନ୍ତା ୫ମାର୍ଚ୍ଚ ରେ ମୂଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗ୍ରସ୍ତ

Sunil Chandra Nayak

ବେଦାନ୍ତ ଆଲୁମିନା ପ୍ରକଳ୍ପ ରେ ରେଡ଼ମଡ଼ ପଣ୍ଡ ଭୁଶୁଡ଼ି କ୍ଷତି ହୋଇ ଥିବା ଚାଷୀ ଙ୍କୁ କ୍ଷତି ପୂରଣ ପ୍ରଦାନ ଦାବିରେ କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟଗ୍ରହ ତତଫରୁ ଉଦ୍ୟୋଗ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଙ୍କୁ ଦାବିପତ୍ର ପ୍ରଦାନ

masiha

ମେଗାଲିଫ୍ଟ ଚାଷି ଙ୍କ ଟୋକନ ଆସିବ, କୃଷକ ସମ୍ପର୍କ ଅଭିଯାନ ସଭା ରେ ଦୃଢୋକ୍ତି ପ୍ରକାଶ କଲେ ଧର୍ମଗଡ ବିଧାୟକ

Leave a Comment

error: Content is protected !!