ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ ରଙ୍ଗ ଭରା ଫଗୁଣ

ରଙ୍ଗ ଭରା ଫଗୁଣ

ଫୁଲ ଫରୁଆରେ ଫଗୁଣ ଆଣିଛି

   ଅବିରର ବର୍ଣ୍ଣବିଭା

ପେନ୍ଥପେନ୍ଥା ଫୁଲ ଫୁଟାଏ ପ୍ରକୃତି

   ରୂପକାନ୍ତି ମନଲୋଭା ।

ଅଧର ଉକୁଟେ ରକ୍ତ କରବୀରେ

   ହସଭରେ କୃଷ୍ଣଚୁଡା

ପଦୁଅ ପଳାଶେ ଫୁଲର ସ୍ତବକ

   ରଜନୀଗନ୍ଧାର ଜୁଡ଼ା ।

ଆମ୍ର କାନନର ପତ୍ର କୁଞ୍ଜରେ

   ବନପିକ ସୁର ତୋଳେ

ନିଇତି ନିଇତି ସକାଳ ସଂଜେ

   ମହୁଆ ମାଦକ ବୋଳେ ।

ଗୋଧୂଳି ରଂଗରେ ଚକ୍ରବାଳେ ସୂର୍ଯ୍ୟ

   ବାରୁଣୀ ତରୁଣୀ ବିନ୍ଦି

ଫଗୁ ଦଶମୀରେ ପରମାନନ୍ଦଙ୍କ

   ଭକ୍ତ ଦର୍ଶନରେ ବନ୍ଦୀ ।

ଚାଚେରୀ ବେଶରେ ଚତୁର୍ଦ୍ଧା ମୂରତୀ

   ସିଂହାସନେ ଥାନ୍ତି ବସି

ହସି ଉଠୁଥାନ୍ତି ଯୁଗଳ ମୂରତୀ

   ଫୁଲ ପଡ଼ୁଥାଏ ଖସି ।

 

କାଙ୍ଗାଳୀଚରଣ ସେଠୀ
ଯାଜପୁର

Related posts

ରାଇଘର ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

Sunil Chandra Nayak

ପୁଣି ଗାଁ ମୁହା ଜଙ୍ଗଲୀ ହାତୀ, ଟାଙ୍ଗିରି ପାହାଡରେ ତିନୋଟି ହାତୀ, ସନ୍ଧ୍ୟା ହେବାରୁ ହାତୀ ଘଉଡାଇବା ଆରମ୍ଭ 

Sunil Chandra Nayak

ସଫଳ। ଦାସ ଙ୍କ କବିତା – ବନ୍ଧା ଏ ଜୀବନ

Sunil Chandra Nayak

Leave a Comment

error: Content is protected !!