ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପାନ୍ତ ଅଞ୍ଚଳର ଦୁଇ ଗାଁ ପହଞ୍ଚି ଲୋକଙ୍କ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ବିଡ଼ିଓ

ଉପାନ୍ତ ଅଞ୍ଚଳର ଦୁଇ ଗାଁ ପହଞ୍ଚି ଲୋକଙ୍କ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ବିଡ଼ିଓ

କୋକସରା,୧୬/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆମପାଣି ପଞ୍ଚାୟତର ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଉପାନ୍ତ ଅଞ୍ଚଳର ବିରିମୁହାଣ ଓ କୁଟରୁ ଗାଁରେ ମଙ୍ଗଳବାର କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଓ ଅଧିକାରୀ ମାନେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ଫେରିଛନ୍ତି। ବିଡ଼ିଓ ସ୍ନେହାପ୍ରଭା ମାଝୀ ବିରିମୁହାଣ ଗାଁରେ ପହଞ୍ଚି ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ସଦସ୍ୟ ମାନେ ପୂର୍ବରୁ ଦେଇଥିବା ଗ୍ରାମ୍ୟ ଜଙ୍ଗଲ କମିଟି ପୁନର୍ଗଠନ ପାଇଁ ବ୍ଲକ ପ୍ରଶାସନ ନିକଟରେ ଗତ ଜାନୁଆରୀ ମାସରେ ଅଭିଯୋଗ ଉପରେ ତଦନ୍ତ ଓ ଆଲୋଚନା କରିବା ପରେ ବିରିମୁହାଣ ପ୍ରାଥମିକ ବିଦ୍ୟାଳୟରେ ଆଗକୁ ହେବାକୁ ଥିବା ନିର୍ବାଚନ ପାଇଁ ଭୋଟଦାନ କେନ୍ଦ୍ରର ଭିତ୍ତିଭୂମି ପରିଦର୍ଶନ କରିଥିଲେ । ପରେ କୁଟରୁ ଗାଁରେ ପହଞ୍ଚି ପ୍ରାଥମିକ ବିଦ୍ୟାଳୟରେ ଥିବା ସମ୍ବେଦନଶୀଳ ବୁଥର ତଦାରଖ କରିଥିଲେ ଓ କୁଟୁରୁ ଗ୍ରାମର ସ୍ଥାନୀୟ ଜନସାଧାରଣଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ କୁଟୁରୁରେ ଥିବା ଭୋଟଦାନ କେନ୍ଦ୍ରରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସ୍ଥାନୀୟ ଗ୍ରାମବାସୀମାନେ ମୌଳିକ ସମସ୍ୟା ଦାବି ପ୍ରତିବାଦ କରି ଭୋଟ ବର୍ଜନ କରିଥିଲେ। ବିଡ଼ିଓଙ୍କ ସହ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ଅମ୍ବିକା ମାଝୀ, ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ  କଲିକତାରୁ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ କାର୍ଯ୍ୟକ୍ରମରେ ଯୋଡ଼ିହେଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ନିରିହ ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି ସମାଜ ସେବୀ ରଞ୍ଜନ ଜାଲ

masiha

ଦ ହ୍ୟୁମାନିଟୀ ଫାଉଣ୍ଡେସନ ର ବିଶ୍ବ ମାତୃତ୍ଵ ଦିବସ ପାଳନ 

masiha

Leave a Comment

error: Content is protected !!