ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରା ସିମେଣ୍ଟ ସହ ଅଟୋ ଗାଡି ଜବତ 

ଚୋରା ସିମେଣ୍ଟ ସହ ଅଟୋ ଗାଡି ଜବତ 

   ଡାବୁଗାଁ, ୧୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ଗ୍ରାମ ନିକଟରେ ଅଟୋ ଗାଡିରେ ସିମେଣ୍ଟ ଚୋରୀ କରି ନେବା ସମୟରେ ଡାବୁଗାଁ ପୋଲିସ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗାଡି ସହ ସିମେଣ୍ଟ ଜବତ କରିଛି | ସୂଚନାଯୋଗ୍ୟ:- ନବରଙ୍ଗପୁର ଜିଲା ମେଦନା – ଝରିଗାଁ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ ର ଠିକାଦାର ବବଲୁ ବିଶୋଇ ଉକ୍ତ ରାସ୍ତା କାମ ପାଇଁ ଥିବା ଅସ୍ଥାଇ କ୍ୟାମ୍ପରେ ପୋଲ କାମ ପାଇଁ ଥିବା ସିମେଣ୍ଟ ଚୋରୀ ହେଉଛି ବୋଲି ପୂର୍ବରୁ ପୋଲିସକୁ ଖବର ଦେଇଥିଲେ | ଏହାପରେ ଡାବୁଗାଁ ଥାନା ପୋଲିସ ରାତ୍ରିରେ ପେଟ୍ରୋଲିଂ କରୁଥିବା ସମୟରେ ବିଳମ୍ବିତ ରାତ୍ରିରେ ମେଦନା ଗ୍ରାମ ନିକଟରେ ମେଦନା – ଝରିଗାଁ ପୂର୍ତ୍ତ ବିଭାଗ ରାସ୍ତା ରେ ଏକ ଅଟୋ ନଂ ଓଡି ୨୪ ସି ୪୨୪୭ ରେ ୨୦ ବସ୍ତା ସିମେଣ୍ଟ ଲଦି ଝରିଗାଁ ଆଡକୁ ଯାଉଥିଲା | ପୋଲିସ ଗାଡି ଦେଖି ଅଟୋ ଗାଡି ଡ୍ରାଇଭର ଗାଡି ଛାଡି ଦୌଡି ପଳାଇଥିଲା | ପୋଲିସ ସଙ୍ଗେ ସଙ୍ଗେ ଗାଡି ଅଟକାଇ ଅଟୋ କୁ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ ଗାଡିରେ ସିମେଣ୍ଟ ରହିଛି | ପୋଲିସ ସିମେଣ୍ଟ ବୋଝେଇ ଅଟୋ ଗାଡିକୁ ଜବତ କରି ଥାନାକୁ ଆଣିଥିଲେ | ଶନିବାର ସକାଳୁ ଠିକାଦାର ବବଲୁ ବିଶୋଇ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୪୨/୨୪ ରେ ଏକ ମଲାଲା ରୁଜୁ କରାଯାଇଛି | ତଦନ୍ତ ଚାଲୁ ରହିଛି ଅଭିଯୁକ୍ତ କୁ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଲେଶ୍ୱର ଓଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବାଲିଗୁଡାର ଅଭିଯୁକ୍ତ ଶିକ୍ଷକ ଗିରଫ

Sunil Chandra Nayak

ଜୀବନ୍ତ ବ୍ରଜକାପ୍ତା ସହ ୨ଟି ମୋବାଇଲ, ୨ଟି ବାଇକ, ବ୍ରଜକାପ୍ତା କାତି ଜବତ୍ , ଶିକ୍ଷକ ଓ ସମ୍ପର୍କୀୟ ଭାଇ କୋଟ ଚାଲାଣ

masiha

ପାଞ୍ଚ ମହଲା କୋଠା ରୁ ପଡି ଯୁବକ ଙ୍କ ମୃତ୍ୟୁ

masiha

Leave a Comment

error: Content is protected !!