ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦା: ଗମ୍ଭାରିଆରୁ – ଜଗନ୍ନାଥ ପୁର ସ୍ଥାୟୀ ୩ କିମି ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଦାବି ନେଇ ୩ ଖଣ୍ଡ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କ ଦ୍ଵାରସ୍ଥ

ଵହଳଦା: ଗମ୍ଭାରିଆରୁ – ଜଗନ୍ନାଥ ପୁର ସ୍ଥାୟୀ ୩ କିମି ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଦାବି ନେଇ ୩ ଖଣ୍ଡ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କ ଦ୍ଵାରସ୍ଥ

 ମୟୂରଭଞ୍ଜ – ୧୯/୦୨ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକର ଗମ୍ଭାରିଆ ପଞ୍ଚାୟତର ଗମ୍ଭାରିଆ ଠାରୁ ଜଗନ୍ନାଥପୁର ପର୍ଯ୍ୟନ୍ତ ୩ କିମି ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ୩ ଖଣ୍ଡ ଗ୍ରାମବାସୀ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ସହ ବନଖଣ୍ଡ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେମାନଙ୍କ ମୁଖ୍ୟ ଦାବି ଏହି ରାସ୍ତା ଉପରେ କୁମ୍ଭୀରଦା,ପାହାଡପୁର,ଵରଗିଡିହି, ଜଗନ୍ନାଥପୁର ,ଭାଲୁଡିହି,କଣ୍ଟାଶୋଳ , ଗମ୍ଭାରୀଆ ଗ୍ରାମର ଲୋକେ ଗମନାଗମନ ପାଇଁ ନିର୍ଭର କରି ଆସୁଛନ୍ତି ।ଏହି ରାସ୍ତା ସଂରକ୍ଷିତ ଜଙ୍ଗଲ ମଧ୍ଯ‌ଦେଇ ଯାଇଛି ।ଏହାକୁ ନେଇ ଦିର୍ଘ ବର୍ଷ ଧରି ଗ୍ରାମବାସୀ ପଞ୍ଚାୟତ,ବ୍ଳକ, ଉପଖଣ୍ଡ ପ୍ରଶାସନ, ସାଂସଦ ,ବିଧାୟକ,ଜିଲ୍ଲା ପ୍ରଶାସନ,ବନ ବିଭାଗ ଆର ଡି ବିଭାଗକୁ ଚିଠି ଦେଇ ଅଭିଯୋଗ ଜଣାଇ ସୁଫଳ ପାଉ ନାହାନ୍ତି ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବୃଦ୍ଧି ପାଉଛି । ସଂରକ୍ଷିତ ଜଙ୍ଗଲ କଟକଣା ଯୋଗୁଁ କେବଳ ମୋରୁମ ପକାଇ ରାସ୍ତା ମରାମତି କରାଯାଉଛି ।ବର୍ଷାଦିନେ ରାସ୍ତା ଵେହାଲ ।ଏହାରି ମଧ୍ୟରେ ଏକ ରାଇସ ମିଲ ଅଛି । ସେଠାରେ ଭାରିଯାନ ଚଳାଚଳ କରୁଥିବାରୁ ମୋରମ ରାସ୍ତା ସବୁବେଳେ ବିପର୍ଯ୍ୟସ୍ତ ।ଏହି ରାସ୍ତା ଦେଇ ସାଧାରଣ ଲୋକେ,ରୋଗୀ,ସ୍କୁଲ ଛାତ୍ରଛାତ୍ରୀ,ଗର୍ଭବତୀ ମହିଳା ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧା ସହ ଦୁର୍ଘଟଣାରେ ଶିକାର ହେଉଛନ୍ତି ।୧୦୮ ଗାଡ଼ି,ଅଗ୍ନିଶମ ଗାଡ଼ି, ପୋଲିସ ଗାଡି, ବୃଦ୍ଧ ଓ ବିଧବା ମାନେ ପଞ୍ଚାୟତକୁ ଭତ୍ତା,ଚାଉଳ ଆଣିବା ନିମନ୍ତେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ଚଳିତ ବର୍ଷ (ଏମ ଏମଏସ ଓ୍ବାଇ) ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଅର୍ଥ ଆସିଛି ।କାମ ଆରମ୍ଭ ବେଳେ ବନ ବିଭାଗ ତରଫରୁ ବନ ବିଭାଗ କଟକଣା ନିୟମ ଯୋଗୁଁ ଵାଧା ସୃଷ୍ଟି କରା ଯାଉଛି ।ବନ ବିଭାଗ ଓ ଆରଡ଼ି ବିଭାଗର ସମଝୋତା ଅଭାବରୁ ରାସ୍ତା କାମ ଵନ୍ଦ । ସାଧାରଣ ଲୋକେ ପ୍ରଭାବିତ । ଏହାକୁ ନେଇ ସହସ୍ରାଧିକ ମହିଳା ବିଶାଳ ପଟୁଆରରେ ଆସି ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ।ଉପ ଜିଲ୍ଲାପାଳ ରାସ୍ତାକାମ ପାଇଁ ପ୍ରଶାସନ ତରଫରୁ ଶିଘ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।ସେହିଭଳି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶି ସାକ୍ଷାତ କରିଥିଲେ ।ବନଖଣ୍ଡ ଅଧିକାରୀ କହିଥିଲେ ଆରଡ଼ି ବିଭାଗ ଆମକୁ ଜାଗା ମାଗି ନାହାନ୍ତି । ସେମାନେ ଆମକୁ ଚିଠି କଲେ ଆମେ ତୁରନ୍ତ ପଦକ୍ଷେପ ନେଇ ରାସ୍ତା କ୍ଲିଏରାନ୍ସ କରିବୁ ବୋଲି ପ୍ରତିଶ୍ରୁତି ଦେବାରୁ ଗ୍ରାମବାସୀ ଆନ୍ଦୋଳନରୁ ନିବୃତ୍ତ ହୋଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ଥାନାଧିକାରୀ ସୁଚନ୍ଦ୍ର ମହାଳିକ କଡ଼ା ନଜର ରଖି ଲୋକଙ୍କୁ ବୁଝାସୁଝା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ବିଧାୟକଙ୍କ ଜନ୍ମ ଦିନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

masiha

ଶୋକସଭା ଅନୁଷ୍ଠିତ

masiha

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା 

Sunil Chandra Nayak

Leave a Comment

error: Content is protected !!