ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମହାବୀର ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମହାବୀର ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଲାଞ୍ଜିଗଡ,୨୦/୦୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଂଚାୟତ ମୁଷାନାଳସ୍ଥିତ ଶ୍ରୀ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ମହାବୀର ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ମୁଷାନାଳ କ୍ରିକେଟ ପଡିଆରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ଜଗତ ପାତ୍ର, ଯୁବ ସମାଜସେବୀ ମନୀଷ ମିଶ୍ର, କୈଳାସ ମାଝୀ, ରଘୁନାଥ ଦୋରା, ଦାମୋଦର ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଟାଙ୍ଗନକଣା ଓ କାଣ୍ଡାମା ମଧ୍ୟରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ଟାଙ୍ଗନକଣା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୭୪ ରନ କରିଥିବାବେଳେ ଦ୍ଵିତୀୟ ଇନିଂସରେ କାଣ୍ଡାମା ଦଳ ବ୍ୟାଟିଂ କରି ୭ ଓଭର ରେ ୧୦ ୱିକେଟରେ ବିଜୟ ହାସଲ କରିଥିଲା। ବାବୁନି ଦାସ ଓ ଚନ୍ଦ୍ରକାନ୍ତ ପାତ୍ର ଖେଳ ପରିଚାଳନା କରିଥିବାବେଳେ ଆୟୋଜକ କମିଟି ତରଫରୁ ଅଜୟ ପାତ୍ର, କୃଷ୍ଣ ରାଉତ, ବିକାଶ ଦଳପତି, ସଂଜୟ ପାତ୍ର, ସରୋଜ ବିଶି, ମଣ୍ଟୁ ନାଏକଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଧର୍ମଗଡ଼ ଠାରେ ବ୍ଲକ ସ୍ତରୀୟ ଖେଳାଳି ଚୟନ ଶିବିର

Sunil Chandra Nayak

ବିଶ୍ୱ ପୁରୁଷ ହକିକପ ଅବସରରେ ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୩ ଅନୁଷ୍ଠିତ

Sunil Chandra Nayak

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ

masiha

Leave a Comment

error: Content is protected !!