ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ

ରାୟଗଡ଼ା ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ

ରାୟଗଡ଼ା : ତା : ୨୦/୦୨/୨୪ // ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ ରାୟଗଡ଼ା ଜିଲ୍ଲା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା। ଭାରତ ବର୍ଷରେ ଭାରତ ସରକାରଙ୍କ ଦ୍ୱାରା ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜଳା ଗ୍ୟାସ ଯୋଗାଇଦିଆଗଲା ଯାହା ଫଳରେ କୋଟି କୋଟି ଲୋକ ଉପକୃତ ହେଲେ । ଯାହାକି ଭାରତର ପ୍ରଧାନମନ୍ତ୍ରୀ ବିଭିନ୍ନ ସଭାସମିତିରେ ଭାଷଣ ମାଧ୍ୟମରେ କହିଛନ୍ତି ।ଏହା ଆମ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ। ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ସାକାର କରିବା ପାଇଁ ଉଜ୍ଜ୍ୱଳା ଦିଦି ମାନଙ୍କୁ କାର୍ଯ୍ୟଭାର ଦାୟିତ୍ଵ ଦିଆଯାଇଥିଲା। ସେମାନେ ସରକାରଙ୍କ ଏହି ଯୋଜନାରୁ ସଫଳ କରିବା ଦିଗରେ ସହଯୋଗ ର ହାତ ବଢ଼ାଇଥିଲେ । ଓଡ଼ିଶାରେ କାର୍ଯ୍ୟରତ ଉଜ୍ଜ୍ୱଳା ଦିଦି ମାନଙ୍କର କିଛି ଦାବି ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ ରାୟଗଡ଼ା ଜିଲ୍ଲା ପକ୍ଷରୁ ରାୟଗଡ଼ା ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ପତ୍ର ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତଙ୍କୁ ପ୍ରଦାନ କରିଥିଲେ । ଦାବି ମଧ୍ୟରେ ଉଜ୍ଜ୍ୱଳା ଦିଦି ମାନଙ୍କୁ କାର୍ଯ୍ୟଦେବା ସମୟରେ ଯେଉଁ ସବୁ ପ୍ରତିଶୃତି ଦିଆଯାଇଥିଲା ତାହାକୁ କାର୍ଯ୍ୟକାରୀ କରାଯିବା , ସମସ୍ତ ଉଜ୍ଜ୍ୱଳା ଦିଦି ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ , ଉଜ୍ଜ୍ୱଳା ଦିଦି ମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ ଉଜ୍ଜ୍ୱଳା ଦିଦି ମାନଙ୍କୁ କାମ ଯୋଗାଇ ଦେବା ସହ ପାରିଶ୍ରମିକ ଯୋଗାଇ ଦିଆଯିବା ଅନ୍ତର୍ଭୁକ୍ତ କରିବା । ରାୟଗଡ଼ା ଜିଲ୍ଲା ସଂଯୋଜିକା ଶ୍ରୀମତୀ ଭବାନୀ ନିମାଲଙ୍କ ସଂଯୋଜନାରେ ଆୟୋଜିକା କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ମୂଖ୍ୟ ବକ୍ତା ଭାବେ ଉଜ୍ଜ୍ୱଳା ଦିଦି ସଂଘ ର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ବୀଣାପାଣି ବେହେରା , ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଭାପତି ମହନ ରାଓ ମାଝୀ , ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , ସହ ସମ୍ପାଦିକା ନେହା ସିଂ , ନଗର ସଭାପତି ଶିବ ପ୍ରସାଦ ସିଂ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସଂଘର କଟି କାଡ୍ରାକା , ଯମୁନା କାଡ୍ରାକା , ଦୟାବତି ଦଳପତି , ଅମ୍ବିକା ଶବର ସହ ଜିଲ୍ଲା ର କାର୍ଯ୍ୟକାରୀ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଠିକା ବ୍ୟାଙ୍କ କର୍ମଚାରୀଙ୍କ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ : ରବି ରଥ

masiha

ପର୍ଯ୍ୟଟନ ସ୍ଥଳୀ ଅଶୁରଘାଟୀ‌ ଜଳପ୍ରପାତକୁ ସ୍ବଚ୍ଛତା ଓ ପ୍ଳାଷ୍ଟିକ ବର୍ଜନ ନେଇ ସଚେତନତା

masiha

cancellation of all environmental and pollution clearances for Kutrumali Bauxite Mining Lease, citing violations of tribal rights, forest laws and constitutional safeguards.. Niranjan Bishi 

Sunil Chandra Nayak

Leave a Comment

error: Content is protected !!