ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶାଗୁଆନ କାଠ ଜବତ ୪ ଗିରଫ

ଶାଗୁଆନ କାଠ ଜବତ ୪ ଗିରଫ

ଡାବୁଗାଁ, ୨୦/୨ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଜଙ୍ଗଲରୁ ଶାଗୁଆନ କାଠ ଚୋରୀ କରିବା ଅଭିଯୋଗରେ ୪ ଜଣ ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ସୋମବାର ରାତ୍ରିରେ ଡାବୁଗାଁ ବନାଞ୍ଚଳ ଅଧୀନ ଝାଲିଆଗୁଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ବନ କର୍ମଚାରୀ ମାନେ ନିଆଁ ଲିଭାଇବାକୁ ଯାଇଥିଲେ | ସେଠାରେ ନିଆଁ ଲିଭାଇବା ପରେ ଦେଖିଥିଲେ ଯେ ୪ ଜଣ ଲୋକ ଏକ ଶାଗୁଆନ ଗଛ କାଟି ୨ ଟି ଗଣ୍ଡି କରୁଥିବା ବେଳେ ବନ କର୍ମଚାରୀ ମାନେ ଧରିଥିଲେ | ପରେ ଉକ୍ତ ୪ ଜଣଙ୍କୁ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟକୁ ଆଣିଥିଲେ | ସେଠାରେ ଥିବା ୩ ଫୁଟ ଗୋଲେଇ ୬ ଫୁଟ ଲମ୍ବା ଓ ୩ ଫୁଟ ଗୋଲେଇ ୧୫ ଫୁଟ ଲମ୍ବାର ୨ ଟି କାଠ ଗଣ୍ଡିକୁ ଜବତ କରିଥିଲେ | ଅଭିଯୁକ୍ତ ୪ ଜଣ ହେଲେ ଝାଲିଆଗୁଡା ଗ୍ରାମର ପଦମନ ଜାନୀ (୩୨), ଯତୀଶ ଭତରା (୨୫), କମଳସାଏ ଭତରା (୩୮) ଓ ଖଗେଶ୍ଵର ଭତରା (୪୨) | ସମସ୍ତ ଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୨୧୯/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଜବତ ହୋଇଥିବା କାଠ ର ଆନୁମାନିକ ସରକାରୀ ମୂଲ୍ୟ ୫୦ ହଜାରରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି | ଏହି ଚଢାଉରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ଉମାଶଙ୍କର ମିଶ୍ର, ମନୋରଞ୍ଜନ ନାୟକ, କାର୍ତ୍ତିକ ମାଝି ଓ ପାରା କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସଂକଟାପନ୍ନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଅଣାଗଲା। ହସ୍ପିଟାଲରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ

Sunil Chandra Nayak

ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ 100ଲି ମଦ ଜବତ, 1500ଲି ପୋଚ ନଷ୍ଟ 

Sunil Chandra Nayak

ବଇଡା ବନ୍ଧରେ ଭାସୁଥିବା ଯୁବକ ର ମୃତ ଦେହ ଉଦ୍ଧାର

Leave a Comment

error: Content is protected !!