ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳ। ଦାସ ଙ୍କ ଅଳପ ଗଳ୍ପ – ଉପହାର

 

       ଉପହାର

  ସଫଳା ଦାସ

କଟକ

 ଆଜି ବୁବୁନ୍ ର ଜନ୍ମଦିନ ।ବୁବୁନ୍ ବହୁତ ଖୁସି ।ଆଉ ଗୋଡ ତଳେ ଗୋଡ ଲାଗୁନି ।ମାଆ ରୋଷେଇ ଘରେ ବ୍ୟସ୍ତ ।ତରତର ହୋଇ କାମ କରୁଛନ୍ତି । ବୁବୁନ୍ ଆଜି ପ୍ରଥମ ଥର ତାର ଜଣେ ସାଙ୍ଗ କୁ ଘରକୁ ଡାକିଛି ।ତା ସାଙ୍ଗ ଟି ତା ପରିକା ।

      ମାଆ ତୋ କାମ ସରିଲାକି ନାହିଁ ଗଲା ତରତର ହୋଇ ମାଆ ପାଖକୁ ଗଲା।ଦେଖିଲା ମାଆ ପାଣି ବାଲଟିରେ ଲୁଗା କାନିଟିକୁ ବୁଡେଇ ଚକୁଡୁଛନ୍ତି । 

ବୁବୁନ୍ କୁ ଦେଖି କାନିଟା ଚିପୁଡି କାନିରେ ହାତଟିକୁ ପୋଛି ଦେଇ କିଛି ନହେଲା ପରି ରହିଗଲେ ।।

     ବୁବୁନ୍ ବହୁତ ଚାଲାଖ ସେ ଜାଣି ପାରିଲା ମାଆ ର ମନ କଥାକୁ ।ଆଉ ମାଆ କୁ କହିଲା 

    ମାଆ ଗୋଟିଏ କଥା କହିବି । ତୁ ଆଜି ମୋ ସହିତ ଗାଁ ମନ୍ଦିର କୁ ଯିବୁ ।

          ମୁଁ ଶିଘ୍ର ଫେରିଆସିଲେ । ମାଆ ତାର ମନା କଲା,

ହଇରେ ମୋର କେତେ କାମ ସେଥିରେ ତୋ ସାଙ୍ଗ ଡାକିଛୁ ।।

       ଏମିତି ରେ ଗପୁ ଗପୁ ବୁଟ ବାଦାମ ଭଜା ବଢେଇଦେଲେ ବୁବୁନ୍ ହାତକୁ ।ବୁବୁନ୍ ସବୁଦିନ ପରି ମାଆ ଗାଲରେ ଚୁମା ଟି ଦେଇ ଚାଲିଗଲା ।ଏହା ତାର ନିତି ଦିନିଆ କାମ ।ଦୁଇ ପଇସା ଆଣିଲେ ରାତିରେ ପଡିଶା ଘରେ ଟିଉସନ ହୁଏ ଦିନରେ ବାଦାମ ବୁଟ ବିକେ ।

 

       ତାର ସାଙ୍ଗ ଚିବୁନ ନିତି ବୁଟ ଖାଉ ଖାଉ ସାଙ୍ଗ ସ୍କୁଲ ଗେଟ ପାଖରୁ ।ଦୁଇଜଣ ସାଙ୍ଗ । 

 ବୁବୁନ୍ ପାଇଁ କିଛି ଉପହାର ବ୍ୟାଗରେ ଧରି ଆସିଛି ।।

          ଏଣେ ଘରେ ବୁବୁନ୍ ମାଆ ବ୍ୟସ୍ତ କଣ କରିବ ସାଙ୍ଗ ବିଷୟରେ କିଛି ନକହି ଛୁଆଟା ଡାକିଛି ବୋଲି ସକାଳୁ ଭଲ ଶାଢ଼ୀ ଟି ପିନ୍ଧିଥିଲା ପୁଣି ବୁଟ ଭାଜୁ ଥିଲା ବେଳେ ଅଜଣାତରେ ନିଆଁ ଲାଗିଗଲା ପୋଡ଼ା ଶାଢ଼ୀ ପିନ୍ଧି ମନ୍ଦିର ଯିବ କେମିତି ।ମନ ଦୁଃଖରେ ବସିଥାଏ ।

          ବଜାରରେ ବୁବୁନ୍ ଆଉ ଚିବୁନ ମିଶି ଶିଘ୍ର ବିକି ଦେଲେ ବୁଟ ।ଏଥର ଘରକୁ ଆସିବେ ।ଚିବୁନ ତା ବ୍ୟାଗ ଖୋଲୁ ନଥାଏ ।ମାଉସୀ ଙ୍କ ପାଖରେ ଖୋଲିବ ।

        ବୁବୁନ୍ ଚିବୁନ କୁ କିଛି ନକହି ମନେ ମନେ ବହୁତ ଦୁଃଖ ଅନୁଭବ କରୁଥାଏ ।ମାଆର ଆଜି ଶାଢ଼ୀ ପୋଡି ଯାଇଛି ।ମନ୍ଦିର ଯିବାକୁ କହିଛି ସିନା ହେଲେ ତାର ଭଲ ଶାଢ଼ୀ ନାହିଁ କେମିତି ନେବ ।ତା ଛଡା ଯେତିକି ପଇସା ମିଳିଛି ସେଥିରେ ଶାଢ଼ୀ ଟି କିଣି ହେବନି । ଏମିତି ମନ ଦୁଃଖ ରେ ଚିବୁନ ଟାଣି ଟାଣି ନେଇଗଲା ଘରକୁ ଯିବାପାଇଁ ।

 ଆଗରୁ ଚିବୁନ ବିଷୟରେ କିଛି ଜାଣିନଥାଏ 

ଚିବୁନ ବାପାଙ୍କର ଶାଢ଼ୀ ଦୋକାନ ।

 

   ଘରକୁ ଗଲେ ମାଆ ସଂଗେ ସଂଗେ ଖାଇବାକୁ ଦେଲେ ।ଏହି ସମୟରେ ଚିବୁନ କହିଲା ମାଉସୀ ତମେ ଆଗ ମୋ ଗିଫ୍ଟ ନିଅ ତା ପରେ ଖାଇବି ।ବୁବୁନ୍ ତର ତର ହୋଇ ଖୋଲି ଦେଖି ହଠାତ୍ ଚମକି ପଡିଲା ମୋର ଜନ୍ମଦିନ ପୁଣି ଶାଢ଼ୀ ତାପରେ ଆଉ ଗୋଟିଏ ଜରି ଖୋଲିଲା ବେଳକୁ ବୁବୁନ ପାଇଁ ଗଞି

ବୁବୁନ୍ ଆଖିରେ ଲୁହ ଦୁଇ ଧାର ମାଆ ର ମଧ୍ୟ

 ବୁବୁନ୍ ଚିବୁନ କୁ କୁଣ୍ଢେଇ ପକାଇ କହିଲା ।

 ମୋ ଜୀବନରେ ଶ୍ରେଷ୍ଠ ଉପହାର

 ମୋ ଜନ୍ମଦିନ ରେ ତୁ ଦେଇଥିବା

ମାଆ ର ଶାଢ଼ୀ ।।

Related posts

ଭବାନୀପାଟଣା ସ୍ଥିତ କମ୍ପୋଷ୍ଟ କେନ୍ଦ୍ର ଦୁର୍ଗନ୍ଧମୟ, ହସ୍ତସନ୍ତ ପଡାବାସିନ୍ଦା

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମୌସୁମୀ

Sunil Chandra Nayak

କୋକସରା ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ଧର୍ମଗଡ ବିଧାୟକ

Sunil Chandra Nayak

Leave a Comment

error: Content is protected !!