ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୂର୍ଜୟ ଲୀଳା ଓ ପୂର୍ଣ୍ଣ ରାହାସ କ୍ରୀଡା ଉତ୍ସବ ଅନୁଷ୍ଠିତ

ମଧୂର୍ଜୟ ଲୀଳା ଓ ପୂର୍ଣ୍ଣ ରାହାସ କ୍ରୀଡା ଉତ୍ସବ ଅନୁଷ୍ଠିତ 

ବନ୍ଧୁଗାଁ ୨୦/୦୨/୨୪,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଜାଗୁଡା ଗ୍ରାମ ପଞ୍ଚାୟତର ଗଜାବାଡି ଗ୍ରାମର ଶ୍ରୀ କ୍ଷେତ୍ର ସଂକୀର୍ତନ ମଣ୍ଡଳିର ଗଜାବାଡି ଠାରେ ଗୌଡ଼ ସମ୍ପ୍ରଦାୟର ଏକ ମଧୂର୍ଜୟ ଲୀଳା ଓ ପୂର୍ଣ୍ଣ ରାହାସ କ୍ରୀଡା ଉତ୍ସବ ବାଣ ଫୁଟାଇ ଧୂମଧାମ ସହ ଅନୁଷ୍ଠିତ ହୋଇଯାଇଛି । ଏହି ସଂକୀର୍ତନ ମଣ୍ଡଳିରେ ନାରାୟଣ ପାଟଣା ବ୍ଲକର ୧୫ ଟି, ବନ୍ଧୁଗରୁ ୩୫ ଟି, ଓ ରାୟଗଡ଼ା ଜିଲ୍ଲାର ଗୁଡାରୀ ବ୍ଲକରୁ ୧୦ଟି ମଟ ସୋମୁଦାୟ ୬୦ ଗୋଟି ସଂକୀର୍ତନ ମଣ୍ଡଳିର ଭକ୍ତଗଣ ଜିଜଦାନ ଦେଇ ନିଜ ନିଜ ସମୟ ଅନୁସାରେ ଗୀତ ଗାନ କରିଥିଲେ I ଗୁରୁଦେବ ନକୁଳ ଲିମାଙ୍କ ପୌରହିତ୍ୟରେ ଶ୍ରୀକ୍ଷେତ୍ର ସଙ୍କୀର୍ତ୍ତନ ମଣ୍ଡଳୀ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସୋମବାର୍ ସନ୍ଧ୍ୟାରେ ଗଙ୍ଗା ଆବାହନ,ମଙ୍ଗଳବାର ସକାଳ ସାତଟାରେ ନାମ ସଙ୍କୀର୍ତ୍ତନ ଆରମ୍ଭ,ବୁଧବାର ସକାଳ ସାତଟାରେ ନାମ ସଙ୍କୀର୍ତ୍ତନ ଶେଷ ଓ ନଅଟା ରେ ନଗର କୀର୍ତ୍ତନ । କାର୍ଯ୍ୟକ୍ରମ ରହିଛି ଓ ଦିନ ୧୨ଟାରେ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି I ଏଥିରେ ବହୁ ସଂଖ୍ୟାରେ ସଙ୍କୀର୍ତ୍ତନ ଦଳ ଯୋଗ ଦେଇଛନ୍ତି । ଉକ୍ତ ସମାରୋହରେ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲାର ସଭାପତି ଶ୍ରୀ ଝିନ ହିକକା, ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରନ ସମ୍ଫାଦକ ଶ୍ରୀ କୈଳାଶ ଚନ୍ଦ୍ର କୁଲେସିକା ଓ ସାଂସଦ ପ୍ରାଥିନି ଶ୍ରୀମତି କୌଶଲ୍ୟା ହିକକା  ସନ୍ଧ୍ୟା ଆରୋତି ସମୟରେ ପହଁଞ୍ଚି ଥିଲେ I ୩ ଜଣ ଅତିଥିଙ୍କୁ ଗ୍ରାହ୍ମବାସୀ ସ୍ୱାଗତ ଜଣାଇ ମଣ୍ଡଳି ଭିତରକୁ ନେଇଥିଲେ I ଏହି ଅଞ୍ଚଳରେ ଏହି ସମ୍ଫର୍ଦାୟ ଦାୟଙ୍କ କୀର୍ତନ ମଣ୍ଡଳିର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି I ଏଥିରେ ଗଜାବାଡି ଗ୍ରାମର ଶ୍ରୀକ୍ଷେତ୍ର ସଙ୍କିର୍ତ୍ତନ ମଣ୍ଡଳିର ସଭାପତି ବିଷ ହିମିରିକା,ଉପ ସଭାପତି ଭାବରେ ଡ଼ମ୍ବୁରୁ ଧର ବିଡ଼ିକା ଦାୟିତ୍ୱ ତୁଳାଇ ଥିବା ବେଳେ ଓ ବିଷୋମ୍ବର ବିଡ଼ିକ ଓ ଗୋଜେନ୍ଦ୍ର ବିଡ଼ିକ ସହଯୋଗ କରିଥିବା ବେଳେ ସାରଥୀ ରାଜୁ ସହଯୋଗୀ ଥିଲେ ଓ ଏହି ଗଜାବାଡ଼ି ଗ୍ରାମର ଶ୍ରୀକ୍ଷେତ୍ର ସଙ୍କିର୍ତ୍ତନ ମଣ୍ଡଳିର ଭକ୍ତମାନେ କାଣ୍ଟୁ ହୁଲୁକା, ସୁତରା ହୁଲୁକା, ଟିମା ହୁଲୁକା, ଏକାନା ହୁଲୁକା, ଓ ବଗି ମେଲେକା ପ୍ରମୁଖ ଉପସ୍ଥିତରେ ଏହି ତିନିଦିନିଆ ରାହାସ ମୟ ଉତ୍ସବକୁ ଶାନ୍ତି ଓ ସୁରୁଖୁରୁରେ ସମାପ୍ତ ହୋଇଥିଲା I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଁଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଟ୍ରଲର କୁ ପଛରୁ ପିଟିଲା ଦଶ ଚକିଆ ଟ୍ରକ ଡ୍ରାଇଭର ଗୁରୁତର

Sunil Chandra Nayak

ଆନନ୍ଦ ଉତ୍ସବ ଅବସରରେ ଶାସ୍ତ୍ରୀୟ ନୃତ୍ୟରେ ପ୍ରକମ୍ପିତ ହେଲା ରବୀନ୍ଦ୍ର ମଣ୍ଡପ

masiha

ନବରଙ୍ଗପୁର ଲାୟନସ୍ କ୍ଲବ୍ ର ନୂତନ କର୍ମକର୍ତ୍ତା ଚୟନ , ଜଗନ୍ନାଥ ମହାପାତ୍ର ପୁନର୍ବାର ପଞ୍ଚମ ଥର ପାଇଁ ସଭାପତି 

Leave a Comment

error: Content is protected !!