ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ପ୍ରସ୍ତୁତି

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ପ୍ରସ୍ତୁତି

ନବରଙ୍ଗପୁର, (୨୩/୦୨) ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶ କ୍ରମେ ଆସନ୍ତା ମାର୍ଚ୍ଚ ୦୯ ତାରିଖ ଶନିବାର ଦିନ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଟିତ ହେବାକୁ ଯାଉଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ଆଦେଶ କ୍ରମେ ନବରଙ୍ଗପୁର, ଉମରକୋଟ, ରାଇଘର, ଚନ୍ଦହାଣ୍ଡି ଓ ଝରିଗାଁ ରେ ଥିବା ବିଚାରାଳୟ ଗୁଡିକରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଟିତ ହେବାକୁ ଯାଉଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧୀନ ମକଦ୍ଧମା ଯଥା-ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟ।ଙ୍କ ଋଣ, ବିଦୁତ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ଇତ୍ୟାଦି ମକଦ୍ଧମାର ଅପୋକ୍ଷ ସହମତିରେ ସହଜ, ଚୁଡାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ । ଏହି ଲୋକ ଅଦାଲତରେ କେବଳ ବିଚାରଧୀନ ମକଦ୍ଧମା ନୁହେଁ, ବରଂ ପ୍ରାକ- ମକଦ୍ଧମା ସ୍ତରୀୟ (ମକଦ୍ଧମାକୁ ଯିବା ପୂର୍ବରୁ) ବିବାଦ ଯଥା- ବ୍ୟ।ଙ୍କ ଋଣ ଦେୟ, ବିଜୁଳି/ ଜଳଯୋଗାଣ ଦେୟ, ଚେକ ବାଉନ୍ସ ସମ୍ବଦ୍ଧିୟ ବିବାଦ, ଶ୍ରମବିବାଦ ଇତ୍ୟାଦିର ଅପୋକ୍ଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ । ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର, ତାଲୁକ ଆଇନ ସେବା କମିଟି, ଉମରକୋଟ ଓ ଚନ୍ଦାହାଣ୍ଡି ସହ ତୁରନ୍ତ ଯୋଗାଯୋଗ କରନ୍ତୁବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ସୂଚନା ଦେଇଛନ୍ତି। ଯୋଗାଯୋଗ ନମ୍ବର. ୧୫୧୦୦/ ୦୬୮୫୮-୨୨୨୪୪୫/ ୦୬୮୫୮-୨୨୨୫୪୫.

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆନ୍ତର୍ଜାତୀକ ମହିଳା ଦିବସ ପାଳନ 

Sunil Chandra Nayak

ବଲାଙ୍ଗୀର ଜିଲ୍ଲା ଦଳ ସମାଜ ର ହରିଶଙ୍କର ରେ ଏକ ଜିଲ୍ଲାସ୍ତରୀୟ ସଭା 

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ 

masiha

Leave a Comment

error: Content is protected !!