ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟଜୀବନ ସଙ୍ଘ ଖାତିଗୁଡା ଶାଖାର ବାର୍ଷିକ ଉତ୍ସବ

ଦିବ୍ୟଜୀବନ ସଙ୍ଘ ଖାତିଗୁଡା ଶାଖାର ବାର୍ଷିକ ଉତ୍ସବ

ତେନ୍ତୁଳିଖୁଣ୍ଟି ୨୫/୦୨/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶାଖା ର ବର୍ଷିକଉତ୍ସଵ ଆଜି ଅନୁଷ୍ଠିତ ହୋଇ ଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଯଶୋବନ୍ତ ବରାଳ ମୁଖ୍ୟବକ୍ତା ଭାବେ ସାଧକ ସୁଧୀରାଜ ରାଉତ ଯୋଗ ଦେଇଥିଲେ। ପ୍ରାରମ୍ଭିକ ପ୍ରଦୀପ ପ୍ରଜ୍ଜ୍ଵଳନ ଅତିଥି ପରିଚୟ ପରେ ଶିକ୍ଷକ ସଞ୍ଜୀବ ସାହୁ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ହୋଇଯାଇଛି। ମୁଖ୍ୟବକ୍ତା ସୁଧିରାଜ ନିଜ ଅଭିଭାଷଣ ରେ ମାନବ ଜୀବନର ସଫଳତା ପାଇଁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଙ୍କ ଲିଖିତ ଦ୍ୱାଦଶ ବାର୍ତ୍ତା ମଧ୍ୟରୁ କିଛି ବାର୍ତ୍ତା ଯଥା ଲକ୍ଷ୍ୟ ,ଶକ୍ତି ସଂରକ୍ଷଣ ,ସାତ୍ଵିକ ଖାଦ୍ୟ ଆହାର ସମ୍ପର୍କରେ ବିଭିନ୍ନ ଗଳ୍ପ ତଥା ଲୋକକଥା କୁ ଉଦ୍ଧାର କରି ଉପଦେଶ ଦେଇଥିଲେ।ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପ୍ରଥମେ ନିଜକୁ ଭଲ ପାଇଲେ ନିଶ୍ଚିତ ରୂପେ ସଫଳତା ମିଳିବ ଏବଂ ଆଜିର ଯୁଗରେ ବ୍ୟବହାର କରି ଛାଡି ଦେବା ବୃଦ୍ଧି ପାଇଛି ଏଥିରୁ ଦୁରେଇବା ପାଇଁ ଉପଦେଶ ଦେଇଥିଲେ। ଏହାପରେ ସରସ୍ୱତୀ ଶିଶୁ ମନ୍ଦିର ଓ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଛାତ୍ରୀଙ୍କ ଦ୍ୱାରା ଭକ୍ତିରସ ର ନୃତ୍ୟ ପରିବେଶିତ ହୋଇଥିଲା। ଖାତିଗୁଡା ସ୍ଥିତ ଜବାହର ନବଦୟ ବିଦ୍ୟାଳୟ ,ଶିଶୁ ବିଦ୍ୟମନ୍ଦିର ,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ,ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ନେଇ ସଙ୍ଗୀତ ,ପ୍ରବନ୍ଧ ,ବକୃତା ପ୍ରତିଯୋଗିତା ବରିଷ୍ଠ ଓ କନିଷ୍ଠ ବର୍ଗରେ ହୋଇ ଥିଲା ,କୃତୀପ୍ରତିଯୋଗୀ ଓ ଅଂଶଗ୍ରହଣ କାରୀ ଙ୍କୁ ଯଶବନ୍ତ ବରାଳ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳ କୃଷ୍ଣ ଭଞ୍ଜ , ଶାଖା ସଭାପତି ବିଜୟ ପାଣିଗ୍ରାହୀ , ପ୍ରେରଣାଦାତ୍ରୀ ମା ଙ୍କ ପ୍ରତିନିଧି ଭାବେ ପ୍ରଫୁଲ୍ଲ କୁମାରୀ ସାହୁ , ନବଦୟ ବିଦ୍ୟାଳୟ ଅଧ୍ୟକ୍ଷ ସହଦେବ ପ୍ରମୁଖ ଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । ଶେଷରେ ପୃଥ୍ୱୀରାଜ ପାଇକରାୟ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ପାଦକ ନରସିଂହ ପ୍ରଧାନ ,ସର୍ବେଶ୍ୱର ବେହେରା ,ଜଗଦେଵ କେଶରୀ ସାମନ୍ତ , ହରି ବନ୍ଧୁ ପରିଡା ,ସଂଜୟ ବେହେରା ସନ୍ତୋଷ ସାମଲ ,ସୁଦର୍ଶନ ସାହୁ , ରଞ୍ଜିତ ତ୍ରିପାଠୀ ସମେତ ଶାଖା ର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପଣ୍ଡକୁଲ ଠାରେ ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଉଦଘାଟିତ 

Sunil Chandra Nayak

ପ୍ରକାଶ ହେଲା ମେଧାଅନ୍ବେଷଣ ଫଳାଫଳ, ପ୍ରଥମ ସ୍ଥାନରେ ପୂଜାରାଣୀ

masiha

କଂଗ୍ରେସର ଇଲେକ୍ଟ୍ରି ଅଫିସ୍ ରେ ସ୍ମାର୍ଟ ମିଟର ନଵସାଇଵାକୁ ଦାବି ପତ୍ର 

masiha

Leave a Comment

error: Content is protected !!