ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁଡ଼ିଖାଳ ବଜାର ଏକ ଦୋକାନରୁ ଚୋରି

ଗୁଡ଼ିଖାଳ ବଜାର ଏକ ଦୋକାନରୁ ଚୋରି

ବସ୍ତା,25/02 :ବସ୍ତା ଥାନା ଗୁଡ଼ିଖାଳ ବଜାର ଏକ ଭେରାଇଟି ଷ୍ଟୋର ଦୋକାନ ରୁ ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଧୁଳିଉଡା ଗ୍ରାମର ରଞ୍ଜନ ସିଂହ ଗୁଡ଼ିଖାଳ ହନୁମାନ ମନ୍ଦିର ନିକଟରେ ଏକ ଭେରାଇଟି ଷ୍ଟୋର ଦୋକାନ କରି ଥିଲେ। ଗତ ମଙ୍ଗଳବାର ଠାରୁ ଶ୍ରୀ ସିଂହ ବନ୍ଧୁ ଘରକୁ ଯାଇଥିବା ବେଳେ ଦୋକାନ ବନ୍ଦ ରହିଥିଲା। ମାତ୍ର ଆଜି ଦୋକାନ ଖୋଲିବାକୁ ଆସି ଦେଖିଲା ବେଳକୁ ଦୋକାନ କେବିନରେ ଥିବା ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଦୋକାନରୁ ସମସ୍ତ ବିକ୍ରି ସାମଗ୍ରୀ ସହିତ ମରାମତି ପାଇଁ ଥିବା କିଛି ସ୍ମାର୍ଟ ଫୋନ୍ ସିମ, ନଗଦ କୋଡ଼ିଏ ହଜାର ଟଙ୍କା ଆଦିକୁ ଚୋରି କରିନେଇଛି। ଶ୍ରୀ ସିଂହ ଏହି ଘଟଣା ସଂପର୍କରେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଏକ୍ସ କ୍ୟାଡର ଶିକ୍ଷକଙ୍କ ଆତ୍ମହତ୍ୟା

masiha

ଡକାୟତି ଉଦ୍ୟମ ପଣ୍ଡ : ୫ ଅଭିଯୁକ୍ତଙ୍କ ଗିରଫ ସମେତ ଅସ୍ତ୍ରଶସ୍ତ୍ର ଜବତ

Sunil Chandra Nayak

ଗଞ୍ଜେଇ ଜବତ ମହିଳା ଗିରଫ 

masiha

Leave a Comment

error: Content is protected !!