ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡାହାଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ବୁଲିଲେ ରାଜ୍ୟପାଳ

ପାପଡାହାଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ବୁଲିଲେ ରାଜ୍ୟପାଳ

ପାପଡାହାଣ୍ଡି,25/2, ମନିସ —- ଓଡ଼ିଶା ମହାମହିମ ରାଜ୍ୟପାଳ ରଘୁବର ଦାସ ରବିବାର ନବରଙ୍ଗପୁର ଜିଲ୍ଲା ଦିନିକିଆ ଗସ୍ତରେ ଆସି ମଧ୍ୟାହ୍ନରେ ପାପଡ଼ାହାଣ୍ଡି ବ୍ଲକର ଶିରିଶି, ତଣ୍ଡାଗୁଡା, ଦଳେଇଗୁଡା, ପ୍ରଧାନୀଗୁଡା, ଡୁମାଗୁଡା ଓ ସେମଳା ଆଦି ଗ୍ରାମକୁ ଯାଇ ବିଭିନ୍ନ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲଚନ ମିଶ୍ର , ଏସ୍ପି ରୋହିତ ବର୍ମା ଓ ଏସ୍ଡ଼ିସି ବିରଞ୍ଚି ନାରାୟଣ ଦରବାନ ସହ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହି ଦିନିକିଆ ଗସ୍ତ ସମୟରେ ପାପଡାହାଣ୍ଡି ବ୍ଲକର ପ୍ରଥମେ ବ୍ଲକ ର ସିରିଶି ପଂଚାୟତ ଗସ୍ତ କରି ଶୀତଳ ଭଣ୍ଡାର କେନ୍ଦ୍ର ଠାରେ ୨୫୦ଜଣ ଚାଷୀ ଓ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ | ପ୍ରଧାନମନ୍ତ୍ରୀ କୃଷି ନିଧି ଯୋଜନା, କିଶାନ କ୍ରେଡିଟ କାର୍ଡ ନେଇ ଲୋକଙ୍କୁ ପଚାରିଥିଲେ | ବାଲ୍ୟ ବିବାହ କିପରି ରୋକାଯାଇ ପାରିବ ସେ ନେଇ କହିଥିଲେ | ସ୍ୱାଧୀନତା ରେ ଏତେ ବର୍ଷ ପରେ ବି ଅଞ୍ଚଳରେ ଜଳ ସେଚନର ସୁବିଧା ନ ଥିବାରୁ ଉଦବେଗ ପ୍ରକାଶ କରିଥିଲେ | ସାକ୍ଷରତା ହାର ବଢ଼ାଇବାକୁ ହେଲେ ପୁଅ ଝିଅଙ୍କୁ ପାଠ ପଢାଇବାକୁ ପରାମର୍ଶ ଦେଇଥିଲେ | ସେଠାରୁ ରାଜ୍ୟପାଳ ତଣ୍ଡାଗୁଡା ଯାଇ ଟେରାକୋଟା ହସ୍ତଶିଳ୍ପ କାରିଗରମାନଙ୍କ ସହ ଆଲୋଚନା କରିଥିଲେ । ଟେରାକୋଟା କାରୁକାର୍ୟ୍ଯ ଦେଖି କିପରି ବଜାର ଦର ପାଉଥିବା କେଉଁଠାରେ ବିକ୍ରି କରୁଥିବା ପଚାରିଥିଲେ | ଦଳେଇଗୁଡାର ଅଙ୍ଗନବାଡିକୁ ଯାଇ ପୋଷଣ ଯୋଜନା ସଂକ୍ରାନ୍ତରେ ଅଭିଭାବକ ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ମା ଓ ପିଲା ମାନେ ପୃଷ୍ଟି କର ଖାଦ୍ୟ ପାଉଥିବା ପଚାରିଥିଲେ | ଗର୍ଭବତୀ ମହିଳା ମାନେ ସରକାରି ସହାୟତା କିପରି ପାଇବେ କହିଥିଲେ | ପ୍ରଧାନୀଗୁଡା ଗାଁରେ ପହଞ୍ଚି ବଟନ ଛତୁ ୟୁନିଟ ପରିଦର୍ଶନ କଲେ । ପ୍ରଧାନୀଗୁଡାରୁ ଡୁମାଗୁଡା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଘର ଦେଖିଥିଲେ || ସେଠାରୁ ସେମଳା ଗାଁକୁ ଯାଇ ମାତୃଶକ୍ତି ଉତ୍ପାଦକ ଉଦ୍ୟୋଗର ଶିଆଡି ପତ୍ରରେ ଖଲି ତିଆରି କରୁଥିବା ମହିଳାଙ୍କ ସହ ଆଲୋଚନା କରିଥିଲେ । ଏସ ଏଚ ଜି ମହିଳା ମାନେ ଖଲି ତିଆରି କରି ଲାଭବାନ ହୋଇ ପରିବାର ସହ ଖୁସିରେ ଥିବା ପ୍ରକାଶ କରିଥିଲେ ।ଏହି ସମୟରେ ମଇଦଲପୁର ଅଞ୍ଚଳ ନିମନ୍ତେ ମଇଦଲପୁରକୁ ବ୍ଲକର ମାନ୍ୟତା ଦେବାକୁ ଅଞ୍ଚଳବାସୀ ମାନ୍ୟବର ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ଏହି ଗସ୍ତ ସମୟରେ ଗସ୍ତ କରିଥିବା ଗ୍ରାମ ଗୁଡିକର ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିଲେ । ରାଜ୍ୟପାଳ ନବରଙ୍ଗପୁର ସର୍କିଟ ହାଉସ କୁ ଯାଇଥିଲେ । ରାଜ୍ୟପାଳଙ୍କ ସୁରକ୍ଷା ଦାୟିତ୍ୱରେ ନବରଙ୍ଗପୁର ପୋଲିସ ଏସ୍ପି ରୋହିତ ବର୍ମାଙ୍କ ନେତୃତ୍ୱରେ ସୁରକ୍ଷା ଦିଆଯାଇଥିଲା ।

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ନିର୍ମାଣ ସରିନି ଉଠି ଯାଉଛି ଗୋଡ଼ି ଓ ରାସ୍ତା ଉପର ପାଣି ଡ୍ରେନେଜ ପାଇଁ ନାହିଁ ବ୍ୟବସ୍ଥା: ଅନୁସରଣ ହେଉନି ବୈଷୟିକ ମାପଦଣ୍ଡ

Sunil Chandra Nayak

ଆଦିବାସୀ ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ 

Sunil Chandra Nayak

କାମାକ୍ଷାନଗର ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେଲେ ଆରକ୍ଷୀ ଉପମହା ନିରୀକ୍ଷକ ଅନୁପ ସାହୁ ଓ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!