ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିରେ ମିଶିଲେ ତିନିସହ କର୍ମୀ 

ବିଜେଡିରେ ମିଶିଲେ ତିନିସହ କର୍ମୀ 

ପାପଡାହାଣ୍ଡି,25/02, ମନିସ— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଗ୍ରାମ ଖେଳପଡିଆ ଠାରେ ବିଜେଡି ଦଳ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | 

ବିଜେଡି ବ୍ଲକ ସଭାପତି ବିଦ୍ୟାଧର ମଲ୍ଲିକ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଜିଲ୍ଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଷୋୟୀ, ପୂର୍ବତନ ବ୍ଲକ ଉପାଧକ୍ଷ ତ୍ରିନାଥ ପ୍ରଧାନ, ତୁମ୍ବର୍ଲା ସରପଞ୍ଚ ମୁରଲୀ ନାୟକ,ସମିତି ସଭ୍ୟ ବୈଜନ୍ତି, ସରଜ ଜାଲ ପ୍ରମୁଖ ମଞ୍ଚାସିନ ହୋଇଥିଲେ | ପୂର୍ବତନ ତୁମ୍ବର୍ଲା ସମିତି ସଭ୍ୟ ତୁଲାରାମ ନାୟକ ଓ ଉଦୟନାଥ ସୁନାଙ୍କ ନେତୃତ୍ୱରେ ତୁମ୍ବର୍ଲା ଗ୍ରାମପଞ୍ଚାୟତର ତିନି ଶହରୁ ଉର୍ଦ୍ଧ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶାସନ ଓ ସ୍ୱଚ୍ଛ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଥିଲେ | ଆଗାମୀ ଦିନରେ ବିଜେଡିକୁ ମଜବୁତ କରିବା ସହ ତୁମ୍ବର୍ଲା ଗ୍ରାମ ପଞ୍ଚାୟତରେ ସର୍ବାଧିକ ଭୋଟ ଦେଇ ମନହୋର ରନ୍ଧାରୀ କୁ ବିଜୟ କରିବାକୁ ସଂକଳ୍ପ କରିଥିଲେ | ଏହି ଅବସରରେ ଅକ୍ଷୟ ସାହୁ, ରାଜେନ୍ଦ୍ର କଚିମ, ପ୍ରକାଶ ନାଗ, ସଂଜୀବ, ପ୍ରମୁଖ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଯୋଗ୍ୟଙ୍କୁ ସାମିଲ ପାଇଁ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

Sunil Chandra Nayak

ଜାମଦା ବ୍ଳକରେ ଆବାସ ଯୋଜନାରେ ଅନିୟମିତତା ବିରୁଦ୍ଧରେ ବିଜେପିର ବ୍ଳକ ଘେରାଉ

Sunil Chandra Nayak

ରାଇରଙ୍ଗପୁରରେ ଓଡିଶା ବିଜେପି ବିନ୍ଧାଣି ଡ଼ଃ ଦେଵେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି 

masiha

Leave a Comment

error: Content is protected !!