ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

 ରାଉରକେଲା: ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଆଜି ସେକ୍ଟର – ୭ ସ୍ଥିତ ପ୍ରଜାପତି ମଣ୍ଡପ ପରିସରରେ ଜିଲ୍ଲା ଉପସଭାପତି ସତ୍ୟପ୍ରିୟ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମଧୁବାବୁ ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତ ସ୍ଵାଗତ ଭାଷଣ ପରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଉଦ୍ଘାଟନୀ ଭାଷଣ ଦେଇ ଡବଲ ଇଞ୍ଜିନ ସରକାରରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆ ଯାଇ ଥିବା ବିବିଧ ଜନହିତ କର କାର୍ଯ୍ୟଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସମ୍ପାଦକ ପ୍ରତାପ ଦାଶ ଶୋକ ପ୍ରସ୍ତାବ ଆଗତ କରି ଇହଲୀଳା ସମ୍ବରଣ କରିଥିବା ସୁକମନୀ ତନ୍ତୀ, ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ମା , ବରିଷ୍ଠ ନେତା ନୃସିଂହ ଜେନା, ତପନ ସ୍ୱାଇଁ, କବିତା ରାୟ, ନୀଳମଣି ମାହନ୍ତ, ମିଶ୍ରା ମହନ୍ତ, ପ୍ରାଣକୃଷ୍ଣ ମାହନ୍ତ, ଦାମୋଦର ମିଶ୍ର, ଝିଙ୍ଗୀଆ ଓରାମ , ସ୍ୱର୍ଣ୍ଣ ଲତା ବେହେରାଙ୍କ ପବିତ୍ର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉଦ୍ଘାଟନୀ ଉତ୍ସବପରେ ଦ୍ୱିତୀୟ ପର୍ଯ୍ୟାୟରେ ସେବା ସଂକଳ୍ପ ଅଭିଯାନର କାର୍ଯ୍ୟକାରିତା ଉପରେ ଅନିଲ୍ କୁମାର ମାହାନ୍ତ ବକ୍ତବ୍ୟ ରଖିଥିଲେ। ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ସମବାୟ ଉପରେ ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ଆଲୋଚନା କରିଥିଲେ । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ପାଇଁ ପ୍ରସ୍ତାବ ଆଗତ କରି ଥିଲେ ଯାହା ସର୍ବସମ୍ମତିରେ ପାରିତ କରାଯାଇ ଥିଲା । ଉକ୍ତ ବୈଠକରେ ଉପୋରକ୍ତ ନେତାଙ୍କ ସହିତ ରାଜ୍ୟ ଅଳ୍ପସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରିନ୍ଦର୍ ସିଂ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜିତ ନାୟକ, ନିରଞ୍ଜନ ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅଭିରାମ ମହାକୁଡ ମଞ୍ଚ ପରିଚାଳନା କରିଥିବାବେଳେ ଅନ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ଶତାଧିକ ନେତୃବୃନ୍ଦ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପ୍ରସଙ୍ଗ ବଲାଙ୍ଗିରରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ବିଜେଡିର ରଣ ହୁଙ୍କାର

Sunil Chandra Nayak

ଝଡର ଇଗଳ ବିଜୁବାବୁଙ୍କ ଆଦର୍ଶ ଚୀର ନମସ୍ୟ -ବିଧାୟକ ଦିବ୍ୟଶଙ୍କର ମିଶ୍ର,

masiha

ରାଜନଗରରେ ଧୃଵଙ୍କ ବାଜିମାତ୍ କୁ ଇତିହାସ ସୃଷ୍ଟି କଲେ ବିଜେପିର ବୈଜୟନ୍ତ

masiha

Leave a Comment

error: Content is protected !!