ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମ୍ପନ୍ନ ଯୋଗଦେଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମ୍ପନ୍ନ

ଯୋଗଦେଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ଲାଞ୍ଜିଗଡ,୨୬/୦୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡଠାରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଆଜି ବିଧିବଦ୍ଧ ଭାବେ ସମ୍ପନ୍ନ ହୋଇଯାଇଛି। ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିଲେ। ସେହିପରି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ତାଙ୍କ ପତ୍ନୀ ମାଳବିକା ଦେଓ, ବେଦାନ୍ତ ଲିମିଟେଡ଼ ଆସୋସିଏଟ ଉପସଭାପତି ବିଭୁଦେନ୍ଦୁ ପଣ୍ଡା, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ, ପୁରୀ ମୁକ୍ତିମଣ୍ଡପ ସଭାପତି ବିଶ୍ୱନାଥ ମିଶ୍ରଙ୍କ ସମେତ ଅନ୍ୟ ଅତିଥିବୃନ୍ଦ ଯୋଗଦେଇଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଉପଦେଷ୍ଟା ଶ୍ରୀଧର ପେସନିଆ, ଚନ୍ଦ୍ରଧ୍ଵଜ ପେସନିଆ, ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ସଂପାଦକ କାମରାଜ ଦଳବେହେରାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ଭାବେ ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ, ଗୌରୀସ୍ୱପ୍ନ ସିଂଦେଓ, ବେଦାନ୍ତ ଲିମିଟେଡ଼ ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ ଓ ଶୁଭେଚ୍ଛା ପାଲ, ଚନ୍ଦ୍ରଧଜ ପେସନିଅI ଓ ଶାନ୍ତିଲତା ପେସନିଆ, ଶରତଚନ୍ଦ୍ର ସିଂ ଓ ସବିତା ସିଂ, ସୁବାସ ଚନ୍ଦ୍ର ଅଗ୍ରୱାଲ ଓ ପିଙ୍କିବାଇ ଅଗ୍ରୱାଲ ଏବଂ ଶ୍ରୀକାନ୍ତ ବହିଦାର ଓ ସୁସ୍ମିତା ବହିଦାର କାର୍ଯ୍ୟ ସମ୍ପାଦନ କରିଥିଲେ। ମୁଖ୍ୟ ପୁରୋହିତ ଭାବେ ଅନନ୍ତ ଚରଣ ରଥ, ପୂଜକ ଭାବେ ବିଶ୍ଵନାଥ ମିଶ୍ର, ପ୍ରକାଶ ରଥ, ଜଗନ୍ନାଥ ମହାପାତ୍ର, ସୁନୀଲ କୁମାର ମିଶ୍ର, ସନ୍ତୋଷ ମହାପାତ୍ର, ଜ୍ଞାନରଞ୍ଜନ ରଥ, ବିରଞ୍ଚି ନାରାୟଣ ରଥ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ ସାମନ୍ତରାୟ, ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, ବଦ୍ରି ନାରାୟଣ ମିଶ୍ର, ନିକୁଞ୍ଜ ଶତପଥୀ, ଦାମୋଦର ରଥ, ଦୁର୍ଗା ପ୍ରସାଦ ରଥ, ସୁଦାମ ରଥ ପ୍ରମୁଖ ପୂଜା କାର୍ଯ୍ୟ କରିଥିବାବେଳେ ଦୀନବନ୍ଧୁ ବାରିକ, ମନୁ ବାରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ଲାଞ୍ଜିଗଡ ସମେତ କଳାହାଣ୍ଡି ଓ ରାୟଗଡା ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ସେହିପରି ସପ୍ତାହ ବ୍ୟାପି ଚାଲିଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉପଲକ୍ଷେ ଯଜ୍ଞ, ପ୍ରବଚନ ଓ ଷୋଳପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଜୁନାଗଡ଼ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

masiha

DRM INSPECTS MULTI-DISCIPLINARY TRAINING CENTRE AT VISAKHAPATNAM

Sunil Chandra Nayak

ବେହେରା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ 

masiha

Leave a Comment

error: Content is protected !!