ନିର୍ମାଣଧୀନ ପୋଲ ତଳେ ବାଇକ ଖସି, ଦୁଇ ମୃତ
ପାପଡାହାଣ୍ଡି,26/02, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଶହୀଦ ମିନାର ନିକଟ ଟୁରୀ ନଦୀରେ ନିର୍ମାଣଧୀନ ପୋଲ ତଳେ ବାଇକ ଖସି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି | ସେମାନେ ହେଲେ ଉମରକୋଟ ବ୍ଲକ ଗୋଇଦୌଡ଼ି ଗ୍ରାମର ବଳରାମ ମୁଦୁଲି ଓ ଡାବୁଗାଁ ଥାନା
ଅନ୍ତର୍ଗତ ସିଉନାଗୁଡା ଗ୍ରାମର ରଇନା ଯାନୀ | ଉଭୟ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ସମୟରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା | ରବିବାର ରାତ୍ର 12.30 ଘଣ୍ଟା ସମୟରେ ଉଭୟ ଯୁବତୀ ଯୁବକ ଏକ ବାଇକ OD24J 4210 ଯୋଗେ ନବରଙ୍ଗପୁର ବ୍ଲକ ଲୋଦିଯୋଡି ଯାଉଥିଲେ | ଏହି ସମୟରେ ପାପଡାହାଣ୍ଡି ଟୁରୀ ନଦୀ ପୋଲ ନିର୍ମାଣ କାମ ଜାରି ରହିଛି | ଲୋକଙ୍କ ସୁରକ୍ଷା ନିମନ୍ତେ ପୋଲ ରୁ ଦୂରରେ ଏକ ମାଟି ବିଛାଇ ରଖାଯାଇଛି | ବାଇକ ଚାଳକ ଭାରସାମ୍ୟ ହରାଇ ମାଟି ଗଦା ଉପରେ ଚଢାଇ ପୋଲ ତଳେ ଖସି ପଡି ଗୁରୁତର ହୋଇଥିଲେ | ପୋଲ ନିର୍ମାଣ କାମରେ କାର୍ଯରତ କିଛି ଶ୍ରମିକ ଦୁର୍ଘଟଣା ଘଟିଥିବା ଜାଣିବା ପରେ ଦୁହିଁଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପୋଠାଇବା ସମୟରେ ବାଟ ରେ ହିଁ ଦୁହିଁ ଙ୍କ ମୃତ୍ୟୁ ଘଟିଥିଲା | ପୋଲିସ ଖବର ପାଇଁ ଘଟଣା ସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା | ଉଭୟ ମୃତକ ଙ୍କ ବାପା ଆସି ଅପରାହ୍ନରେ ପାପଡାହାଣ୍ଡି ଥାନାରେ ଏତଲା ଦେବା ପରେ ପୋଲିସ ୟୁଡ଼ି କେସ ନ 50/24 ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଅଧିକାରୀ ଶିବ ପ୍ରସାଦ ଦଳେଇ ସୂଚନା ଦେଇଛନ୍ତି |
ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍


