ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ରାଜ୍ୟ ସମ୍ମିଳନୀ ପାଇଁ ବୈଠକ

ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ରାଜ୍ୟ ସମ୍ମିଳନୀ ପାଇଁ ବୈଠକ

ରାଉରକେଲା: ଖଣ୍ଡାୟତ କ୍ଷତ୍ରିୟ ମହାସଭାର ଆଗାମୀ ରାଜ୍ୟ ସମ୍ମିଳନୀ ରାଉରକେଲା ଠାରେ ଅନୁଷ୍ଠିତ ହେଉଥିବାରୁ ଖଣ୍ଡାୟତ କ୍ଷତ୍ରିୟ ଭାଇ ମାନଙ୍କର ଏକ ସ୍ବତନ୍ତ୍ର କାର୍ଯ୍ୟକାରିଣୀ ବୈଠକ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାସଭାର ଉପସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ କାର୍ଯ୍ୟକ୍ରମକୁ ନେଇ ଦାୟିତ୍ଵ ବଣ୍ଟନ ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ୩୦ଟି ଜିଲ୍ଲାରୁ ଆସୁଥିବା ପ୍ରତିନିଧି ଓ ଅତିଥି ମାନଙ୍କୁ ଥଇଥାନ ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଖସଡା ପ୍ରସ୍ତୁତି କରାଯାଇଥିଲା। ସୂଚନାଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ ମାସ ୩ତାରିଖ ଦିନ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ରାଜ୍ୟ ସମ୍ମିଳନୀ ଭଞ୍ଜଭଵନ ଠାରେ ଅନୁଷ୍ଠିତ ହେବ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରତ୍ନାକର ବଳ,ନାରାୟଣ ଚନ୍ଦ୍ର ସାମଲ, ଜଟାଧାରୀ ମାଝୀ, ଅବନୀ କୁମାର ବରାଳ, ରବିନାରାୟଣ ପରିଡ଼ା, ନୀଳମଣି ଜେନା, ଜଗନ୍ନାଥ ରାଉତ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ,ପ୍ରଭାତୀ ଧଳ, ଜ୍ୟୋସ୍ନାରାଣୀ ଥାଟେଇ, ବିଭୁତି ଭୁଷଣ ବିଶ୍ବାଳ, ସୁବ୍ରତ ମଲ୍ଲିକ, ରାଜେନ୍ଦ୍ର ନାୟକ, ହରିହର ଥାଟେଇ, ସୁଦର୍ଶନ ସାମଲ, ନାରାୟଣ ମହାଳିକ, ମନୋଜ କୁମାର ନାୟକ, ଅକ୍ଷୟ କୁମାର ଜେନା, ସଞ୍ଜୟ କୁମାର ମହାନ୍ତି, ଉଗ୍ରସେନ ବିଶ୍ବାଳ, କିଶୋର କୁମାର ନାୟକ, ରଞ୍ଜନ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ଚିଠାରେ ଧର୍ମଗଡ ବାଦ୍ ପଡ଼ିବା ନେଇ ଅସନ୍ତୋଷ

masiha

ସପ୍ତମ ଗଳ୍ପ ଗଞ୍ଜାମ ଉତ୍ସବ ଅନୁଷ୍ଠିତ ସାହିତ୍ୟରେ ଏକ ଯାତ୍ରା ଏଥିରେ ଶିଖର ନଥାଏ – ମୁଖ୍ୟ ଅତିଥି ବିଶିଷ୍ଟ ଲେଖକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର

Sunil Chandra Nayak

ନିଆ ଲାଗି ପୋଡ଼ି ଯିବାରୁ ଚିକିତ୍ସା ଅବସ୍ଥାରେ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!