ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ପରିମଳ ଓ ସ୍ୱାସ୍ଥ୍ୟ ସେବା ପରଖିଲେ କାୟାକଳ୍ପ ଟିମ୍ 

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ପରିମଳ ଓ ସ୍ୱାସ୍ଥ୍ୟ ସେବା ପରଖିଲେ କାୟାକଳ୍ପ ଟିମ୍ 

 ବନ୍ଧୁଗାଁ ତା ୨୬/୨/୨୪ କୋରାପୁଟ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଓ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଅଞ୍ଚଳକୁ ଲାଗି ରହିଥିବା ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ପାରଖିଲେ କାୟା କଳ୍ପ ଟିମ୍। ବିଗତ କିଛି ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର ଲୋକେ ସାମାନ୍ୟ ଜ୍ଵର ହେଲେ ଅଧିକ ଖର୍ଚ୍ଚାନ୍ତ ହୋଇ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ସରକାରୀ ଓ ବେସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ଯାଇ ଚିକିତ୍ସା ପାଇ ଆସିଥିଲେ। ଆଜି ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସ୍ଥାନୀୟ ଡାକ୍ତର ଙ୍କ ଉଦ୍ୟମ, ଜିଲ୍ଲା ପ୍ରଶାସନର ସହଯୋଗ ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ସହାୟତାରେ ଲୋକଙ୍କୁ ଚିକିତ୍ସା ଦେବା ନିମନ୍ତେ ଆବଶ୍ୟକ ଚିକିତ୍ସା କେନ୍ଦ୍ର, ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ରହି ଆସୁଛନ୍ତି। ଯାହା ଫଳରେ ପ୍ରତିଦିନ ଶତାଧିକ ଲୋକ ୨୪ ଘଣ୍ଟା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଉତ୍ତମ ପରିବେଶ ମଧ୍ୟରେ ରହି ଚିକିତ୍ସା ପାଇ ଯାଉଛନ୍ତି।ଆଜି କାୟା କଳ୍ପ ଟିମ୍ ର ଷ୍ଟେଟ ଆର ଆର ଟି ସେଲ ଡ଼ା ସୁଭ୍ରଜିତ ଗରାବଡୁ, କନ୍ସୁଲଟେଣ୍ଟ ପିଟିସି ସୁଧାଂଶୁ ଶେଖର ସାମନ୍ତ, ୟୁନିସେଫ ଏସ ବି ସି କନ୍ସୁଲଟେଣ୍ଟ ଚକ୍ରଧର ସାହୁ ଓ କୋରାପୁଟ ରୁ କ୍ୟୁଏ ପୂର୍ଣ୍ଣ ଚନ୍ଦ୍ର ଭୋଇ କେନ୍ଦ୍ରରେ ପାଥୋଲାବ, ବହିରବିଭାଗ , ନିରାମୟ, ମାଆ ଗୃହ ଓ ପରିମଳ ବ୍ୟବସ୍ଥା ଆଦି ଦେଖିବା ସହିତ ବିଭାଗୀୟ ଡାକ୍ତର ଷ୍ଟାଫ ଙ୍କ ସହ ସମୀକ୍ଷା କରିଥିଲେ। ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ା ପ୍ରଭାତ ପାଣି, ଡ଼ା ପରିବେଶ ସାହୁ, ବି ପି ଏମ ନୀଳକଣ୍ଠ ପାଣି, ଫାର୍ମାସିଷ୍ଟ ଜି କୁମାରସ୍ଵମି, ଅମୂଲ୍ୟ ବିଶୋଇ,ତପନ ନାୟକ ଓ ସମସ୍ତ ଷ୍ଟାଫ ନର୍ସ ଉପସ୍ଥିତ ରହି ଥିଲେ। କାୟା କଳ୍ପ ଟିମର ସଦଶ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ହେଉଥିବା ସମସ୍ତ ସୁବିଧା ସୁଯୋଗ ରୋଗୀ ପାଉଛନ୍ତି କି ନାହିଁ ପଚାରି ବୁଝି ଥିଲେ। ନିରାମୟ କେନ୍ଦ୍ରରେ ଆବଶ୍ୟକ ଔଷଧ ଉପଲବ୍ଧ ଅଛି କି ନାହିଁ, ପାଥୋଲାବ ପରୀକ୍ଷା ଠିକ୍ ଭାବରେ ଚାଲିଛି କି ନାହିଁ, ସଫେଇ କର୍ମଚାରୀ କି ପରି ସଫାସୂତରା କରୁଛନ୍ତି, ମାଆ ଗୃହରେ ଗର୍ବବତୀ ମହିଳାଙ୍କୁ ସେବା କି ପରି ଚାଲିଛି ଓ ଅଳିଆ ଆବର୍ଜ୍ଜନା କି ପରି ରହିଛି ଆଦି ଟିକିନିଖି ଯାଞ୍ଚ କରିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଲାୟନ୍ସ କ୍ଳବ୍ “ନବରଙ୍ଗପୁର ଇଲାଇଟ୍ ” ଦ୍ଵାରା ୮୦ ତମ ସ୍ଵାଧୀନତା ଦିବସ ପାଳିତ       

Sunil Chandra Nayak

ଛିଲିପାମାଲ ଗ୍ରାମରେ ଧରଣୀ ମାଟି ମା ଯାତ୍ରା, ପୋଢ଼ବଳି ସହ ଉଦଯାପିତ ହେଲା ପର୍ଵ, ନାଚିଲେ ଝୁମିଲେ ଆଦିବାସୀ

masiha

ଗାଁ ଧରଣୀ ପୀଠରେ ପୋଢ ବଳି

masiha

Leave a Comment

error: Content is protected !!