ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖନାଗୁଡା ବାଲିଯାତ୍ରା ଉଦଯାପିତ 

ପୋଖନାଗୁଡା ବାଲିଯାତ୍ରା ଉଦଯାପିତ 

ଡାବୁଗାଁ, ୨୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚଚରାଗୁଡା ପଞ୍ଚାୟତ ଅଧୀନ ପୋଖନଗୁଡା ଗ୍ରାମରେ ବାଲିଯାତ୍ରା ମଙ୍ଗଳବାର ଉଦଯାପିତ ହୋଇଯାଇଛି | ଉକ୍ତ ବାଲିଯାତ୍ରା ୫ ବର୍ଷ କୁ ଥରେ ପଡୁଥିବା ବେଳେ ତା ୧୯.୨.୨୦୨୪ ଦିନ ଠାରୁ ଆରମ୍ଭ ହୋଇ ଦୀର୍ଘ ୯ ଦିନ ପରେ ଆଜି ଉଦଯାପିତ ହୋଇଛି | ଏହି ବାଲିଯାତ୍ରାରେ ଚଚରାଗୁଡା ଓ ପୋଖନଗୁଡା ଗ୍ରାମ ମଧ୍ୟରେ ଥିବା ଏକ ସ୍ଥାନ ବାଲିଚୁଆଁ ଠାରୁ ପୂଜା କରାଯାଇ ବାଲି ଓ କଳସ ଅଣାଯାଇ ଗ୍ରାମର ଗ୍ରାମଦେବତୀ ମାଁ ଠାକୁରାଣୀ ମନ୍ଦିର ରେ ପହଞ୍ଚି ସେଠାରେ ସ୍ଥାପିତ କରାଇଯାଇଥାଏ | ବିଭିନ୍ନ ପ୍ରକାରର ଶସ୍ୟ ଆଣିଥିବା ବାଲି ଉପରେ ବୁଣାଯାଇ ଦେବାଦେବୀ ଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇ ଆଗାମୀ ବର୍ଷରେ ଗ୍ରାମରେ ଭଲ ଫସଲ ହେବା ପାଇଁ ଦେବାଦେବୀ ଙ୍କ ନିକଟରେ ଗୁହାରି କରାଯାଇଥାଏ | ସମସ୍ତ ଦେବାଦେବୀଙ୍କ ପ୍ରତୀକ ଲାଠିକୁର୍ଚି ମଣ୍ଡପରେ ଆସି ପୂଜାର୍ଚ୍ଚନା ହୋଇଥାଏ | ଠାକୁରାଣୀ ଙ୍କ ପୂଜାରୀ- ପୂଜାରୀ ଙ୍କ ଦ୍ଵାରା ଗ୍ରାମର ମହୁରିଆ ଓ ବାଦ୍ୟକାର ଙ୍କ ଦ୍ଵାରା ବାଦ୍ୟ ବଜାଇ ସକାଳ ସନ୍ଧ୍ୟାରେ ପୂଜାର୍ଚ୍ଚନା କରାଯାଇଥାଏ | ଉଦଯାପନୀ ଦିବସରେ ସମସ୍ତ କଳସ, ବିଭିନ୍ନ ଦେବାଦେବୀ ଙ୍କ ପ୍ରତୀକ ଲାଠି, କୁର୍ଚ୍ଚି, ପାଲିଙ୍କି, ସିରା, ଦିଶାରି ମାନେ ବାଦ୍ୟରେ ତାଳେତାଳେ ନୃତ୍ୟ କରି ଶୋଭାଯାତ୍ରାରେ ଯାଇ ବାଲିଯାତ୍ରା ପଡିଆରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇ ବିସର୍ଜନ କରଯାଇଥିଲା |ଏହି ଯାତ୍ରାରେ ମୁଖ୍ୟ ଅତିଥି ଭାବ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ପୂର୍ବତନ ସାଂସଦ ପର୍ଷୁରାମ ମାଝି, ପାପଡାହାଣ୍ଡି ଜିଲା ପରିଷଦ ସଭ୍ୟା ଡା. ଲିପିକା ମାଝି, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ଚଚରାଗୁଡା ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତରା, ପୂର୍ବତନ ଚଚରାଗୁଡା ପଞ୍ଚାୟତ ସରପଞ୍ଚ ଧର୍ମାନନ୍ଦ ନାୟକ, ନାଏବ ସରପଞ୍ଚ ଯୁଧିଷ୍ଠି ତନ୍ତୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ଏହି ବାଲିଯାତ୍ରା ରେ କେଲିଆ ଗଡର ୨୫ ଖଣ୍ଡ ଗ୍ରାମର ଲୋକ ମାନେ ଯୋଗ ଦେଇଥିବା ବେଳେ ଆଖପାଖ ଅଞ୍ଚଳରୁ ବହୁ ଜନ ସମାଗମ ହୋଇଥିବା ବେଳେ ଉଠାଦୋକାନୀ ମାନଙ୍କର ଗହଳି ଦେଖିବାକୁ ମିଳିଥିଲା | ଏହି ବାଲିଯାତ୍ରା ପୂଜା କମିଟିର ପଦ୍ମଚରଣ ମାଝି, ଯାଦବ ମାଝି, ହେମନ୍ତ ଗୌଡ, ତ୍ରିନାଥ ମାଝି, ଭକ୍ତରାମ ମାଝି, ଳାମ୍ବୁଧର ମାଝି, ଗଣପତି ନାୟକ, କେଶବ ପୂଜାରୀ, ଶୁକୃ ନାୟକ ପ୍ରମୁଖ ଗ୍ରାମର ବହୁ ଯୁବକ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସାନ୍ତାଳୀ ଭାଷା ଅଲିଚିକ ପରୀକ୍ଷା

masiha

କପିଳେଶ୍ବର ଓ ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତିକରଣ ପାଇଁ ଅନୁଧ୍ୟାନ କଲେ ASI ଅଧ୍ୟକ୍ଷ କେ.କେ.ବାଷା

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ହସ୍ତକ୍ଷେପରୁ ବୃଦ୍ଧାଙ୍କୁ ମିଳିଲା ପଡ଼ି କାର୍ଡ ଓ ବାର୍ଦ୍ଧକ୍ୟଭତ୍ତା

masiha

Leave a Comment

error: Content is protected !!