ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୋଷାକ, ବ୍ଲାଜର ପାଇଁ ଟଙ୍କା ସହିତ ଓ଼ ସୁଧ ଫେରସ୍ତ କଲେ l ବିନା ସୁଧରେ ୧୦ଲକ୍ଷ ଟଙ୍କାର ଶୁଭାରମ୍ଭ କଲେ l

ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୋଷାକ, ବ୍ଲାଜର ପାଇଁ ଟଙ୍କା ସହିତ ଓ଼ ସୁଧ ଫେରସ୍ତ କଲେ l ବିନା ସୁଧରେ ୧୦ଲକ୍ଷ ଟଙ୍କାର ଶୁଭାରମ୍ଭ କଲେ l

ରାୟଗଡ:-ତା.୨୭/୦୨/୨୪-ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏସଏଚଜି ମହିଳା ମାନଙ୍କୁ ପୋଷାକ ଓ଼ ବ୍ଲାଜର ବାବଦକୁ ଆର୍ଥିକ ସହାୟତା ସହିତ ମିଶନ ଶକ୍ତିକୁ ଆଗରୁ ନେଇଥିବା ଋଣ ବାବଦ ସୁଧକୁ ଫେରସ୍ତ କରିଦେଇଛନ୍ତି l ଭାରଚୁଆଲ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଏହାକୁ ଶୁଭାରମ୍ଭ କରୁଛନ୍ତି l ରାୟଗଡ ଜିଲ୍ଲାର ୪୨୬୬ ମହିଳା ସ୍ୱୟଂ ସହୟୋକ ଗୋଷ୍ଠୀକୁ ୧୩୭୫୧୭୮୩ଟଙ୍କା ପାଇବେ l ପ୍ରତ୍ୟକ ଏସଏଚଜି ମହିଳା ପାଇବେ ୧୦୦୦ଟଙ୍କା ଓ଼ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟl ପାଇବେ ୨୦୦୦ଟଙ୍କା l ଏହା ସହିତ ବିନା ସୁଧରେ ମିଶନ ଶକ୍ତି ଏସଏଚଜି ଦଳ ୧୦ଲକ୍ଷ ପର୍ଯ୍ୟନ୍ତ ଋଣ ନେଇପାରିବେ l ଏହାଦ୍ୱାରା ମହିଳା ମାନେ ଆର୍ଥିକ କ୍ଷେତ୍ରରେ ସ୍ୱବାଲମ୍ବୀ ହୋଇପାରିବେ l ଆଜିର ଜିଲ୍ଲାସ୍ଥରୀୟ କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲାପରିଷଦ ମୁଖ୍ୟ ବିକାଶ ଅଧିକାରୀ ନିହାର ରଞ୍ଜନ କହଁର, ଓଡିଶା ଜୀବିକା ମିଶନର ଡିପିଏମ ହେମନ୍ତ ବାଗ, ଓରମାସ ଡେପୁଟି ସିଓ ମନୋଜ ପାତ୍ର, ସ୍ୱୟଂ ସହୟକ ଗୋଷ୍ଠୀର ମହିଳା ମାନେ,ଏଲଡ଼ିଏମ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ସେହିପରି ଜିଲ୍ଲାର ପ୍ରତ୍ୟେକ ବ୍ଲକ କାର୍ଯ୍ୟଳୟରେ ଏହି ଭିଡିଓ କନଫରେନସିଂ ମାଧ୍ୟମରେ ମିଶନ ଶକ୍ତି ମହିଳା ମାନେ, ବିଡ଼ିଓ, ସିଡିପିଓ ଆଦି ଯୋଗଦାନ କରିଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୀଲମ ଫାଉଣ୍ଡେସନର ବିଶ୍ବଶାନ୍ତି ମହାଯଜ୍ଞ

Sunil Chandra Nayak

5T ସଚିବଙ୍କ ଜଟାଵାଲ ବିଦ୍ୟାଳୟକୁ ଗସ୍ତ

Sunil Chandra Nayak

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!