ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କର ସୁଧ ଫେରସ୍ତ ମେଳା 

ଡାବୁଗାଁରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କର ସୁଧ ଫେରସ୍ତ ମେଳା 

ଡାବୁଗାଁ, ୨୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କର ସୁଧ ଫେରସ୍ତ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକର ୧ ହଜାର ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୨୯୦ ଟି ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ସୁଧ ଫେରସ୍ତ କରାଯାଇଛି | ଏଥିରେ ଯେଉଁ ସ୍ଵୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କରୁ ଋଣ ଉଠାଣ କରି ଠିକ ସମୟରେ ବ୍ୟାଙ୍କରେ ରୁଣ ପରିଶୋଧ କରିସାରିଛି | ସେମାନଙ୍କ ଠାରୁ ବ୍ୟାଙ୍କ ତରଫରୁ ନିଆଯାଇଥିଲା | ଉକ୍ତ ସୁଧ ଟଙ୍କା ସରକାର ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଫେରସ୍ତ କରି ଦିଆଯାଇଛି | ଏଥିରେ ଡାବୁଗାଁ ହାଟପଦା ଗ୍ରାମର ସାଇରାମ ସ୍ଵୟଂ ସହାୟକ ଗୋଷ୍ଠୀ ୩୮,୮୨୩ ଟଙ୍କା ସୁଧ ଫେରସ୍ତ ପାଇ ଜିଲାରେ ପ୍ରଥମ ସ୍ଥାନରେ ରହିଛନ୍ତି | ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ସଞ୍ଜୀବ କୁମାର ସେଠୀ, ସିଡିପିଓ ମିନତୀ ଦାଶ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ମେଦନା ସରପଞ୍ଚ ସୁମିତ୍ରା ମାଝି, ଅଞ୍ଚଳା ସରପଞ୍ଚ ରମେଶ ମାଝି, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ରୋଜାଲିନ ପ୍ରଧାନ, କୁନମୁନ ସେନାପତି, ସାଇରା ବାନୁ, ବିମଳା କୁମାରୀ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ | ଶେଷରେ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ସୁଧ ର ଚେକ ପ୍ରଦାନ କରାଯାଥିଲା | ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ବ୍ୟାଙ୍କ ମିତ୍ର, ଏମବିକେ, ସିଆରପି ଓ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ମିସନଶକ୍ତି ସଂଯୋଜକ ନବୀନ ଭତ୍ରା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଦ୍ୟୁତ ଶକ ଲାଗି ଦୁଇ ପୃଥକ ପୃଥକ ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ

masiha

ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଟିକେଟ ନ ମିଳିଲେ ଯାଦବ ସମାଜ ସ୍ଵାଧୀନ ପ୍ରାର୍ଥୀ ଦେବ

masiha

Leave a Comment

error: Content is protected !!