ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ ଶକ୍ତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମିଶନ ଶକ୍ତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବସ୍ତା,27/02 : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅପରାହ୍ନ ଗୁଟେ ସମୟରେ ମିଶନ ଶକ୍ତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମାଧ୍ୟମରେ ପ୍ରତି ସ୍ଵୟଂ ସହାୟକ ମହିଳା ମାନଙ୍କୁ ଦଶ ଲକ୍ଷ ଟଙ୍କା ଲେଖାଏଁ ବିନା ସୁଧରେ ଋଣ ଯୋଜନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜରିଆରେ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ। ଏଥି ସହିତ ସ୍ଵୟଂ ସହାୟକ ମହିଳା ମାନଙ୍କୁ ବ୍ଲେଜର ଯୋଜନାକୁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଏହି ଘୋଷଣା ପରେ ମିଶନ ଶକ୍ତି ମହିଳାମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ଅଧ୍ୟକ୍ଷା ଅଞ୍ଜଳି ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ୍ ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମହାପାତ୍ର,ବିଡ଼ିଓ ମୋହିନୀ କୁମାର୍ ନାୟକ, ସିଡିପିଓ ଦୀପ୍ତି ରାଣୀ ସିଂ,ବି ଏଲ ଏଫ୍ ମନ୍ମଥ କୁମାର୍ ମାହନ୍ତ, ମିଶନ ଶକ୍ତି ଫେଡରେଶନ୍ ର ସବିତା ଦାସ,ସସ୍ମିତା ମହାପାତ୍ର,ସୁଭାଷିନୀ ସାହୁ,ଅନୁଷୟା ବାଗ,ବିଷ୍ଣୁପ୍ରିୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବାପାଇଁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଦଶଲକ୍ଷ ଟଙ୍କା ଋଣ ଉପରୁ ସୁଧ ଛାଡ଼ ଘୋଷଣା ଗ୍ରାମାଞ୍ଚଳ ମହିଳାଙ୍କୁ ସ୍ବାବଲମ୍ବୀ କରିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ସର୍ବ ଶେଷରେ ସରକାରଙ୍କ ପକ୍ଷରୁ ବିଦେଶ ଗସ୍ତ କରିଥିବା ସସ୍ମିତା ମହାପାତ୍ର ଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ଭର୍ଦ୍ଧନା କରାଯାଇଥିଲା। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଶାଢ଼ୀ କିଣିବାପାଇଁ ଅନୁଦାନ ରାଶି ଚେକ୍ ମାଧ୍ୟମରେ ପ୍ରଧାନ କରାଯାଇଥିଲା।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କାଉଙ୍କ ସହିତ ପବିତ୍ର ରଜ ଉତ୍ସବ ପାଳିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

masiha

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଶୀତ ବସ୍ତ୍ର ଓ ପୋଷାକ ବଣ୍ଟନ

masiha

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୋବିନ୍ଦପୁରରେ କମ୍ବଳ ବାଣ୍ଟିଲା ମୋ ଅନୁଷ୍ଠାନ

masiha

Leave a Comment

error: Content is protected !!