ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଜଦୁର  ସଭାର ପୂର୍ବତନ ଶ୍ରମିକ ନେତାଙ୍କ ବିୟୋଗ

ମଜଦୁର  ସଭାର ପୂର୍ବତନ ଶ୍ରମିକ ନେତାଙ୍କ ବିୟୋଗ

ରାଉରକେଲା :ଆରଏସପିରେ ସର୍ବାଧିକ କାଳ ସ୍ୱୀକୃତ ଭାବେ ରହିଥିବା ଶ୍ରମିକ ସଙ୍ଗଠନ ରାଉରକେଲା ମଜଦୁର ସଭାର ପ୍ରାକ୍ତନ ସମ୍ପାଦକ ସୋମନାଥ ମୁଖର୍ଜୀ ଆଉ ନାହାନ୍ତି l  କାରଖାନାରେ ଜଣେ  ନିଷ୍ଠାପର ଶ୍ରମିକ ଓ ଜଣାଶୁଣା  ଶ୍ରମିକ ନେତା ଭାବରେ ପରିଚିତ ସ୍ବର୍ଗୀୟ ମୁଖର୍ଜୀ କଲକତା ସ୍ଥିତ  ନିଜ ବାସଭବନରେ ଦେହତ୍ଯାଗ କରିଥିବା ଖବର ପ୍ରଚାରିତ ହେବାପରେ ଏଠାରେ ଶୋକର ଛାୟା ଖେଳିଯାଇଛି । ସେ ୧୯୬୨ ମସିହାରୁ ରାଉରକେଲା ମଜଦୁର ସଭାରେ  ଥାଇ ଅନେକ ମହାନ୍ କାର୍ଯ୍ୟ ଓ ଶ୍ରମିକମାନଙ୍କ ପାଇଁ କାମ କରି ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ l  ଜଣେ ନିଷ୍ଠାବାନ୍ ବ୍ଯକ୍ତିର ପରିଚୟ ଦେଇ ଆସିଥିବା  ସୋମନାଥ ସ୍ବର୍ଗତ ରାଜକିଶୋର ସାମନ୍ତରାୟଙ୍କ  ଜଣେ ଭଲ ଅନୁଗତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସୁନାଫୁଲ ଶିଶୁ କିଶୋର ମେଳା ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳନ 

Sunil Chandra Nayak

ମୂର୍ଚ୍ଛନା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ରୋପ୍ୟ ଜୟନ୍ତୀ ସମାରୋହ

Sunil Chandra Nayak

ପରିବର୍ତ୍ତନ ଫାଉଣ୍ଡେସନର ଗୁରୁତ୍ଵ ପୂର୍ଣ୍ଣ ବୈଠକ 

masiha

Leave a Comment

error: Content is protected !!